ଜୀବନ ଗୀତା-୩୦୨
ଜୀବନ ଗୀତା-୩୦୨
1 min
419
ଜୀବନରେ ଯେତେ ପ୍ରଶ୍ନ
ସବୁର ଉତ୍ତର ମିଳେନା
ଜୀବନରେ ଯେତେ ଆଶା
ସବୁତ ପୂରଣ ହୁଏନା ॥୦॥
ହୃଦୟର ପସନ୍ଦ ଅପସନ୍ଦ
ବୁଝଇ ଅବା କିଏ
ମନର କଥା ଖୋଲି କହିବାକୁ
ମିଳେନା ସାଥୀ ଟିଏ
ସବୁକଥା ସବୁବେଳେ
ଏକସଂଗେ କେବେ ମିଳେନା ॥୧॥
କଳ୍ପନାରେ ମିଳଇ ପାରିଜାତ
ବାସ୍ତବରେ ଘାସଫୁଲ
ଆଶା ଯେତେ ରୁହଇ ଅସମାପ୍ତ
କିଏ ଦେବ ତାର ମୂଲ
ମନ ମାନିଯାଏ ସିନା
ହୃଦୟତ କେବେ ବୁଝେନା ॥୨॥
