ଜୀବନ ଗୀତା-୨୯୯
ଜୀବନ ଗୀତା-୨୯୯
1 min
867
ଜୀବନ ନିଆଁର ଧାସେ
ପୋଡିଛି ଯେତେ ଏ ମନ
ସେତେପୁଣି ମମତାର
ବୋଳିଛି ସିଏ ଚନ୍ଦନ ॥୦॥
କେବେକେବେ ଲହୁଲୁହ
ବହିଛି ଏକତ୍ର
ହସ ହୋଇଯାଇଅଛି
ପ୍ରବଞ୍ଚନା ମାତ୍ର
ପୁଣିଥରେ ହସଧାରେ
ଫେରେ ଶୁଖିଲା ଓଠରେ
କରିବାକୁ ଜୀବନର
ଭୂମିରେ ଖୁସି ବପନ ॥୧॥
ଯୁଝିନାହିଁ ଯିଏ କେବେ
ଜୀବନର ଯୁଦ୍ଧ
ଜାଣେନା ଜୀବନ କେତେ
ଭଲ ଅବା ମନ୍ଦ
ଖଟିନି କେବେ ଖରାରେ
ଭିଜିନି ଥରେ ବର୍ଷାରେ
ରଚିବ କେମିତି ଅବା
ମର୍ତ୍ତରେ ସିଏ ନନ୍ଦନ ॥୨॥
