STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୯୯

ଜୀବନ ଗୀତା-୨୯୯

1 min
871


ଜୀବନ ନିଆଁର ଧାସେ

ପୋଡିଛି ଯେତେ ଏ ମନ

ସେତେପୁଣି ମମତାର

ବୋଳିଛି ସିଏ ଚନ୍ଦନ ॥୦॥

କେବେକେବେ ଲହୁଲୁହ

ବହିଛି ଏକତ୍ର

ହସ ହୋଇଯାଇଅଛି

ପ୍ରବଞ୍ଚନା ମାତ୍ର

ପୁଣିଥରେ ହସଧାରେ

ଫେରେ ଶୁଖିଲା ଓଠରେ

କରିବାକୁ ଜୀବନର

ଭୂମିରେ ଖୁସି ବପନ ॥୧॥

ଯୁଝିନାହିଁ ଯିଏ କେବେ

ଜୀବନର ଯୁଦ୍ଧ

ଜାଣେନା ଜୀବନ କେତେ

ଭଲ ଅବା ମନ୍ଦ

ଖଟିନି କେବେ ଖରାରେ

ଭିଜିନି ଥରେ ବର୍ଷାରେ

ରଚିବ କେମିତି ଅବା

ମର୍ତ୍ତରେ ସିଏ ନନ୍ଦନ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍