ଜୀବନ ଗୀତା-୧୪୪
ଜୀବନ ଗୀତା-୧୪୪
1 min
20K
ଜୀବନ ଗୀତା-୧୪୪
ଗୀତା ଷଡ଼ଙ୍ଗୀ
ଏଇ ଜୀବନରେ.......
ନରମ ପାଦରେ କରମ-ପଥରେ
ଚାଲିବାକୁ ହୁଏ ଖଣ୍ଡାର ଧାରରେ
ସାଥୀରେ... ସାଥୀରେ...
ସାହା ଏକା ତୁହି ମୋ ସୁଖ-ଦୁଃଖରେ ॥୦॥
ଜୀବନ-ପଥରେ କେତେ କଣ୍ଟାଝଟା
କେତେ ଗଳି, କେତେ ମୋଡ଼
କେବେ ରଡ଼ଖରା, ବରଷା ଅସରା
କେବେ ବଇଶାଖୀ ଝଡ଼
ସାଥୀରେ... ସାଥୀରେ...
ସାଥି ଏକା ତୁହି ପଥ-ଅପଥରେ ॥୧॥
ଜୀବନ-ଖାତାରେ କେତେ ପୁଣ୍ୟ ପୁଣି
କେତେ ପାପ ହୁଏ ଲେଖା
ପାପ ତ ଅଡୁଆତଡୁଆ ହିସାବ
ପୁଣ୍ୟ ତ ସରଳ-ରେଖା
ସାଥୀରେ... ସାଥୀରେ...
ସାକ୍ଷୀ ଏକା ତୁହି ମୋ ପାପ-ପୁଣ୍ୟର ॥୨॥
*****