ଜୀବନ ଗୀତା-୧୩୭
ଜୀବନ ଗୀତା-୧୩୭
1 min
13.7K
ଜୀବନ ଗୀତା-୧୩୭
ଜୀବନ ଅପୂର୍ବ ଆନନ୍ଦର ସୂଅ
ପୁଣି ସଂଘର୍ଷର ରକ୍ତଭିଜା ମୁହଁ ॥୦॥
କେବେ ସିଏ ଘନଘୋର କାଳରାତ୍ରି
କେବେ ପଉଷ ପାହାନ୍ତି
ଲମ୍ୱ ଅମାରାତି ସରିଯାଏ ଅବଶେଷେ
ପୁଣି ସୂରୁଯ ଉଅଁନ୍ତି
ଧୂଆଁର କୁଣ୍ଡଳୀ ଅପସରି ଯାଏ
ଢଳାହେଲେ ଜୀବନ-ଯଜ୍ଞରେ ଘିଅ ॥୧॥
ଦୁର୍ଘଟଣା ଘଟେ କେବେକେବେ ବୋଲି
ଜୀବନର କିବା ଦୋଷ
ଭାଗ୍ୟ-ଭବିଷ୍ୟତ କାହାକୁ ବା ଜଣା
ଅଯଥା ଜାତକ ଚାଷ
ଝୁଣ୍ଟିକି ପଡିବା, ପଡିକି ଉଠିବା
ଜୀବନରେ ଏ ତ ନୂଆ କଥା ନୁହଁ ॥୨॥