ଜୀବନ ଗୀତା- ୧୩୬
ଜୀବନ ଗୀତା- ୧୩୬
1 min
6.7K
ଜୀବନ ଗୀତା- ୧୩୬
ଜୀବନର ସଂଘର୍ଷରେ
ମ୍ରିୟମାଣ ହୁଏ ଯିଏ
ସାହସ ଆଦର୍ଶ ସବୁ
ତାକୁ ଛାଡି ଚାଲିଯାଏ ॥୦॥
ଜୀବନ ତ କୁରୁକ୍ଷେତ୍ର
ପ୍ରତିପଦରେ ବିପଦ
ହାରିବା ଆଗରୁ ଏଠି
ହାରନା ମାନ ମହତ
ଜୀବନର ଯୁଦ୍ଧ ନିତି
ଲଢିବାକୁ ସିନା ହୁଏ ॥୧॥
ମିଥ୍ୟା କପଟର ଖେଳ
ଧ୍ୱଂସର ହୁଏ କାରଣ
ସତପଥେ ଲଢୁଥିଲେ
ଭୟ କରଇ ମରଣ
ଜୀବନ ଯୁଦ୍ଧରେ ଜିତି
ବିଜୟୀ ବୀର ସେ ହୁଏ ॥୨॥