STORYMIRROR

Maheswar sahoo

Others

4  

Maheswar sahoo

Others

ଜୀବନ ଚକ୍ର

ଜୀବନ ଚକ୍ର

1 min
225

ମନ ରାଇଜରେ ହଜିଯାଇ ଥିଲ 

            ପ୍ରେମର ପରସ ପାଇ

ମୃଦ୍ୟୁ ଆଲିଙ୍ଗନ ସ୍ପର୍ଶର ଆହ୍ୱାନ 

           କାମନାର ଜ୍ୱାଳା ନେଇ

ସ୍ପର୍ଶରୁ ସମ୍ଭୋଗ ସମ୍ଭୋଗରୁ ଗର୍ଭ 

             ଗର୍ଭରୁ ସନ୍ତାନ ପ୍ରାପ୍ତି

ଦଶ ମାସ ଦଶ ଦିନ ବୋଝ ଦେଇ 

            ଜନନୀ କୁଦେଲୁ ଶାସ୍ତି॥

ଭ୍ରୁଣରୁ ବର୍ଦ୍ଧିଷ୍ଣୁ ଦଶ ମାସ ଯାଏ 

           ଯାତନା ତାଡନା ଦେଲୁ

ଭୁମୀ ପୃଷ୍ଟରେ ଉଭାହେଲୁ ତୁହି 

           କୁଆଁ କୁଆଁ ରାବ କଲୁ॥

ମାତାବକ୍ଷୁ ସ୍ତନ ପ୍ରଥମ ଆହାର

          ଥିଲାରେ ଦୁନିଆ ଆଗେ

ବଢ଼ିଲୁ କ୍ରମଶଃ ସମୟ ସହିତ

          ମାଆଙ୍କୁ ଡାକିଲୁ ଆଗେ॥

ଗୁରୁଣ୍ଡି ଗୁରୁଣ୍ଡି ଚାଲିଲୁ କ୍ରମଶଃ 

            ମୃଦୁ ହାସ୍ୟ ମୁଖ କରି

କାନ୍ଥ ବାଡ ଧରି ଚଳୁଥିଲୁ ତୁହି 

           ମନୋରମ ଦୃଶ୍ୟ ଭାରି॥

ମାତୃଭାଷା ଶିକ୍ଷା ପ୍ରାପ୍ତହେଲା ତୋର

           ଜ୍ଞାନର ବିକାଶ ହେଲା

ବିଦ୍ୟାଳୟେ ନାମ ଲିଖନ ହୋଇଲା

            ଦୁଷ୍ଟାମି ବି ବଢିଗଲା॥

ପଢ଼ିଲୁ ବଢ଼ିଲୁ ଦୁନିଆ ଦେଖିଲୁ

        ବାପା ମାଆଙ୍କ ପ୍ରିୟ ହେଲୁ

ବାପମାଆ ତୋତେ ଅର୍ଥ ଦାନ କଲେ

          ପରୀକ୍ଷା ରେବି ଭଲ କଲୁ

ବିଦ୍ୟାଳୟ ସରିଲା ଗଲୁ ମହାବିଦ୍ୟାଳୟ 

            ହୋଇଲୁ ଶିକ୍ଷିତ ପିଲା

ଚାକିରୀଟିଏ ବି ହୋଇଲା ତୋହର 

         ବିଭାଘରବି ତୋ ସରିଗଲା॥

ହେଲେ ପିଲାପିଲି ଜଞ୍ଜାଳ ବଢ଼ିଲା

            ପଡ଼ିଲୁ ମୟା ଜଂଜାଳେ

ପ୍ରୌଢରୁ ବାଲ୍ୟ ପାଳିଲେ ବାପା ତୋ 

           ଥିଲୁଜେବେ ବାଲ୍ୟକାଳେ॥

ନିଜମୁଣ୍ଡେ ଏବେ ସ୍ତି ପିଲା ଛୁଆ

           ମାଆ ବାପା ଆଉ ଜେଜେ

ଉପାର୍ଜନ ଅର୍ଥ ଖର୍ଚ୍ଚରେ ତାଙ୍କର 

              କରିଲୁ ଅର୍ଜିରେ ନିଜେ॥

ବୟସ ଝରଣା ଆଗକୁ ବଢ଼ିଲା 

            ସୁଖ ଦୁଃଖ ସାଥେ ନେଇ

ବୟସ ହଟିଲା ଆଶାବାଡି ଧରି 

            ବୋଝ ହେଲୁ ପୁଅ ପାଇଁ॥

କେଶ ଫୁରୁଫୁରୁ ଚମ ଧୁଡୁଧୂଡୁ 

            ପାକୁଆ ହେଲାତୋ ପାଟି

ମୃତ୍ୟୁ ପାଇଁ ସଦା ଉପାସନା କଲୁ

               ଚାହିଁ ବସିଥିଲା ମାଟି॥

ଜାଣିପାରିଥିଲୁ ଆତ୍ମାଟି ତୋହରି 

              ଘଟ ଛାଡିବାକୁ ଚାହେଁ

ତୋ ପୁଣ୍ୟ କର୍ମ ଆତ୍ମା ସାଥେ ଯାଏ 

              ଘଟ ଖାଲି ପଡି ରହେ॥



Rate this content
Log in