STORYMIRROR

TAPASWINI BEHERA

Others

2  

TAPASWINI BEHERA

Others

ଜୀବନ ଚିତ୍ର

ଜୀବନ ଚିତ୍ର

1 min
5K



ଜୀବନ ବଞ୍ଚିବାର

ପରିଧିରେ ବୁଲୁ ବୁଲୁ

ହଜିଗଲାଣି କେବେଠୁ କେଜାଣି

ଆଭିଜାତ୍ୟର ଶୃଙ୍ଖଳିତ ଶିକୁଳିଟେ

ଛିଡିକି ପଡିଛି,

କେଉଁ ଅପହୃତ ଇଲାକାରେ...

ଖାଲି ଝଟକି ଉଠୁଛି

ଯାହା ସ୍ୱାର୍ଥର ଅଙ୍ଗାର କେତେଟା

ମୁଖାର ଛାଉଣୀ ତଳେ...

ମିଛି ମିଛିକା ଚହଳ ପଡିଛି

ଗାଁ,ଗଣ୍ଡା,ସହରର

କାହିଁ କେତେ କୋଣ ଅନୁକୋଣେ

ସବୁ ଠିକ ଚାଲିଛି

ଅଧର୍ମର ଭିଡ଼ ଭିତରେ...

କେବେ ଧର୍ମର ସନ୍ତୁଳିତ ଚେହେରା

ମଳିନ ଦିଶୁଛି ତ

ବଳି ପଡ଼ୁଛି କେବେ

ଶହେ କୌରବ ମଝିରେ

ପାଞ୍ଚ ପାଣ୍ଡବଙ୍କ

ଦାୟାଦର ପରିଚୟେ

ଦ୍ରୌପଦୀର ପଞ୍ଚ ବାଳା

କେଉଁ ଜ୍ଞାନଭ୍ରଷ୍ଟ

ଆଶ୍ୱତ୍ଥମା ହାତେ...

ପୁଣି କେବେ କେହି ଜଣେ

ଅଭିମନ୍ୟୁ ସାଜି

ରକ୍ତ ପିପାଶୁଙ୍କ

ଚକ୍ରବ୍ୟୁହେ ପଶେ ସିନା

ଜିତିବା ପ୍ରୟାସେ,

ଅଜାଣତେ ମିଳେ ଯାହା

ମୃତ୍ୟୁ ଯେତେ ଦାନବଙ୍କ ହାତେ..

ତଥାପି ହୋଇନି ଶେଷ

ହେବନି ବି କେବେ

ଜୀବନର ଯୁଦ୍ଧ ଏ ଯେ

ଜନ୍ମଠୁ ଆରମ୍ଭ

ଯଜ୍ଞର ଆହୂତି ପରି

ଲିଭିଯିବ ନିଶ୍ଚେ ହେଲେ

ଧର୍ମଜୟ ପୂର୍ଣ୍ଣାହୁତି ଶେଷେ...


Rate this content
Log in