STORYMIRROR

Writer Roja Panda

Others Tragedy

5.0  

Writer Roja Panda

Others Tragedy

ଜୀବନ ବନାମ ଧୋକା

ଜୀବନ ବନାମ ଧୋକା

2 mins
26.8K


ଦିନେ ତମେ ମୋତେ ଚାହିଁଥିଲ,

କାହିଁ ମୁଁ ତ ନୁହେଁ

ଦିନେ ତମେ ମତେ ପ୍ରିୟା କହିଲ,

କାହିଁ ମୁଁ ତ ନୁହେଁ

ଦିନେ ତମେ ମତେ ଭଲପାଇଲ,

କାହିଁ ମୁଁ ତ ନୁହେଁ

ମୁଁ ତ କେବଳ ତୁମର ଅସହାୟତା

ତୁମ ଭଲପାଇବା ଆଉ

ତୁମ ଯନ୍ତ୍ରଣା ପୋଛିବା ପାଇଁ

ମୁଣ୍ଡ ନୁଆଁଇ ଦେଇଥିଲି ତୁମରି ଆଗରେ

ତୁମ ପାଇଁ ଆଉ ବାକି ଅବା କଣ ଅଛି ସହିବାରେ

ନିଜ ଜାତି,ନିଜ ଘର,ନିଜ ମାଆ

ସବୁକିଛି ତ ଛାଡିଦେଲି ତୁମରି ନାଁରେ

ଦେଖନା ଥରେ, କେତେ ସହଜରେ ଭୁଲିଗଲି

ମୁଁ ସେଇ ମାଆକୁ

ଛାଡି ଆସିଲି ତାକୁ ,ଯିଏ ମତେ ପିଲାବେଳୁ ପୋତି ରଖିଥିଲା ମମତାରେ,

ମୁଁ ସେଇ ଘରକୁ ଛାଡି ଆସିଲି ,ଯେଉଁ ଘର ଏତେଦିନ ମତେ ସ୍ଥାନ ଦେଇଥିଲା

ମୁଁ ସେଇ ଜାତିରୁ ଏତେ ତଳକୁ ଖସି ଯାଉଛି ,ଯିଏ ମଣିଷ ଭିତରେ ମତେ

ଶ୍ରେଷ୍ଠତ୍ଵର ସ୍ଥାନ ଦେଇଛି

ଆଉ ବା କଣ ଅଛି , ଯାହାକୁ ନେଇ ମୁଁ କହିବି ଏହାହିଁ ମୋ ଜୀବନ

ଜୀବନର ଗୋଟି ଗୋଟି ମୂଲ୍ୟବାନ ବସ୍ତୁ ସବୁର ମୋହକୁ

ଛାଡି ସିଏ ତ ତୁମରି ମୋହରେ ପଡିଥିଲା

କେବଳ ଗୋଟେ ଭଲ ମଣିଷକୁ ,

ଗୋଟେ ଭଲ ଆତ୍ମାକୁ ପାଇବା ପାଇଁ

ହେଲେ ଜୀବନଟା ବି କେଡେ ବିଚିତ୍ର

ଜୀବନ ସାରା କେବଳ ଅନ୍ୟର ଯତ୍ନରେ

ବନି ଆସିଥିବା କଳିକାଟି

ଭଲ କରି ଫୁଟିବା ଆଗରୁ ପୁରାପୁରି ଝଡିବାକୁ ହିଁ ବସିଲାଣି

କେବଳ ତୁମପାଇଁ ନିଜ ଘର ଏବଂ ମାଆ କୋଳର ଅଜସ୍ର ମମତା

ତା ଆଖିର ଅଜସ୍ର ଅଶ୍ରୁଳ ପ୍ରତିଶୃତି

ସବୁକିଛିକୁ ପାଦରେ ଠେଲି

ଖାଲି ତୁମ ପାଖରେ ହିଁ ସମର୍ପି ଯାଇଥିଲି

କେଜାଣି କେତେ ଆଶା ନେଇ ....

ଆଜି ଏଠି ସବୁଠି ଶୂନ୍ୟତା

ମୁଁ ହସୁଛି କି କାନ୍ଦୁଛି

କାହିଁ ମତେ ବି ତ ସଠିକ ନାହିଁ ଜଣା

କେଉଁ ସ୍ନେହର ବୁନ୍ଦା ପାଇବା ଆଶାରେ

ସମ୍ପର୍କର ବାଡବନ୍ଧ ଡେଇଁ ଆସିଥିଲି ଏଇ ନର୍କକୁ

ଏଠି ସବୁ ପଥର,ଭାବପ୍ରବଣତାଟା ବି କି ଜିନିଷ

କାହିଁ ସେଇଟା, ତା ତ ମୁଁ କେବେଠୁ ଭୁଲିଗଲିଣି

ମୁଁ ଗୋଟେ କଣ୍ଢେଇ, ସାରା ଜୀବନ ନାଚୁଥିବି,

ଥକୁଥିବି ପୁଣି ନାଚୁଥିବି

ଅତି ପୁରୁଣା ହେଇଗଲେ ,

ମୋ ଦେହର ବାସ୍ନା ମୋଉଳି ଗଲେ

ଫିଙ୍ଗି ଦିଆଯିବ କେଉଁ କଦର୍ଯ୍ୟ ସ୍ଥାନରେ

ମୁଁ ତ କେବଳ ତୁମର ଭୋକ ମେଣ୍ଟାଇବାର ଏକ ମାଧ୍ୟମ

ନା, ନା ମୁଁ ଭଲପାଏନା , କାହାକୁ ଭଲପାଏନା

କେବେ ଯଦି ଭଲ ପାଇଥିଲି

ବୋଧେ ସେଇ ଦିନ ଏ ଜୀବନକୁ

ଅଭିସ୍ଥାପିତ କରିଥିଲି, ସ୍ନେହ ମାଗିଥିଲି,

ଯନ୍ତ୍ରଣାର ଝରଣାରେ ଝରିଝରି

କ୍ଷତାକ୍ତ ହେଇଥିଲି ,

ପ୍ରେମ ମାଗିଥିଲି ତୁମ ଦେହର ଭୋକ ମେଣ୍ଟାଇ ମେଣ୍ଟାଇ...

ଓଃ କି ନିସ୍ବ ହେଇଛି ମୁଁ ,

ଘରଟିଏ ମାଗିଥିଲି,

ନୃସଂସତାର ଅନ୍ଧକାରମୟ ଚାରି କାନ୍ଥଟିଏ ପାଉଛି

ଆଉ କାହାର ସାହାରା ଚାହିଁଥିଲି

ଆଜି ଅନ୍ୟର ସହାରା ହେଇ ହେଇ ନିଜତ୍ବ ବି ତ ଭୁଲିଗଲିଣି...

କେବେ କେଉଁ ଗୋଟେ ପାପ କରିଥିଲି କେଜାଣି

ଆଜିଯାଏ ସେଥିପାଇଁ ଯନ୍ତ୍ରଣାର ଜୁଇରେ

ଜଳି ଜଳି ପାଉଁଶ ହେଉଛି

ଆଜି ଲାଗେ ଜୀବନଟା ବି ତ ଗୋଟେ ସତେଜ ମୃତ୍ୟୁ

ପ୍ରତିମୁହୂର୍ତ୍ତରେ ଏଠି ମୃତ୍ୟୁର କ୍ରୁର ପାଦଶବ୍ଦ

ସତେ କଣ ଏହା ହିଁ ଜୀବନ,

ମୋ ବନ୍ଦୀଶାଳାର ଚାରିକାନ୍ଥ ଭିତରେ ...........

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ , ନେତାଜୀ ନଗର , ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in