ଜୀବନ ୦୧
ଜୀବନ ୦୧
1 min
163
ଜୀବନର ଶିଉଳି ଲଗା ରାସ୍ତାରେ
କେବେ କେମିତି ଅସମୟରେ
ଖସିଯାଏ ପାଦ
ଦୁଃଖ, କଷ୍ଟରେ ଭରିଯାଏ
ଘରର ଚାରିକାନ୍ଥ !
କେବେ ଫିକା ଇନ୍ଦ୍ରଧନୁ
କେବେ ଅମାନିଆ ବର୍ଷା
କେବେ ବିରହି ବସନ୍ତ
ଏକା ଥରକେ ଏକଜୁଟ ହୋଇ
ଯନ୍ତ୍ରଣାରେ ଓଲଟେଇ
ପୋଡିବାରେ ଲାଗନ୍ତି
ଅଧା ପୋଡ଼ା ହୃଦୟକୁ !
ଚମଡ଼ାର ତଳେ
ପ୍ରବାହିତ ପ୍ରଖର ନିଃଶ୍ୱାସ
କେବେ ବଦଳାଇ ଦିଏ ଗତି
ଜୀବନର ଇତି
ହାରିଯାଏ ଜୀବନ
ଜିତୁ ଜିତୁ ବାଜି !!
