STORYMIRROR

Debabrata Jena

Others

3  

Debabrata Jena

Others

ଜୀଅନ୍ତା ଦେବତା

ଜୀଅନ୍ତା ଦେବତା

1 min
13.4K


ବାହ୍ୟ ଭେକରେ ସେ କଠୋର ବ୍ୟକ୍ତିତ୍ୱ
ଅନ୍ତରେ କରୁଣା ଧାରା
ସିନ୍ଧୁଠୁ ଗଭୀର ତାଙ୍କ ମହାନତା
ହୃଦୟ ଯେ ମଧୁକ୍ଷରା ।।
ସଂଯମ ,ଶୃଙ୍ଖଳା ଗୁଣ ଧାରୀ ସେ ଯେ
ମମତାର ମହୋଦଧି
ବିନୟୀ ,ଉଦାର, ସେନେହ କାଙ୍ଗାଳୀ
ବାତ୍ସଲ୍ୟତାର ବାରିଧି ।।
ଶାନ୍ତ ,କମନୀୟ ଅନ୍ତରଟା ତାଙ୍କ
ସରଳ ଜୀବନ ଧାରୀ
ଆକାଶଠୁ ବଡ଼ ହୃଦୟ ତାଙ୍କର
କେହି ନୁହଁ ତାଙ୍କ ସରି
ଉଚ୍ଚ ଚିନ୍ତାଧାରୀ ଭିନ୍ନ ବ୍ୟକ୍ତିତ୍ୱ ସେ
କଳନା ନ ପାରେ କରି ।।
ମୋ 'ପାଇଁକି ସେ ଯେ ଜୀଅନ୍ତା ଦେବତା
ପ୍ରେରଣାର ସ୍ୱତଃ ଉତ୍ସ
ତାଙ୍କ ଆଶୀର୍ବାଦେ ଜିଉଁ ଥିଵି ମୁହିଁ
ମାସ ମାସ ଦିନ ବର୍ଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍