ଝରଣା
ଝରଣା
1 min
361
ଝରଣାଟିଏ ମୁଁ କଳକଳ ନାଦେ
ପର୍ବତ କନ୍ଦରୁ ଜନ୍ମ ନିଏ
ସ୍ଫଟିକ ପରାୟ ଜଳର ଧାରାକୁ
ନିମ୍ନଗାମୀ ମୁହିଁ କରିଥାଏ।
ଶିତଳ ଜଳକୁ ପାନ କରି ଜୀବ
ଗଣ ପ୍ରାଣ ଶାନ୍ତି ଲାଭକରେ
ସ୍ବଚ୍ଛ ପରିମଳ କାୟାଟି ମୋହର
ପ୍ରାଣୀ ହିତେ ଅହରହ ଝରେ।
ମୋ ଯାତ୍ରା ପଥରେ ବାଧାବିଘ୍ନ ସବୁ
ନମାନି ମୁଁ ଅତିକ୍ରମ କରେ
ଅବଶେଷେ ଯାଇ ନିଜକୁ ବିଲୀନ
କରିଦିଏ ସାଗର ବକ୍ଷରେ।
ମିନାକ୍ଷୀ ସାମଲ
minusamal1969@gmail.com
