STORYMIRROR

Prasanna Kumar Das

Others

3  

Prasanna Kumar Das

Others

ଜହ୍ନରାତି

ଜହ୍ନରାତି

1 min
173

ଏହି ଜହ୍ନରାତି.. ଜୋଛନାରେ ସାଥି 

ଏକା ମୁଁ ତୁମକୁ ଝୁରୁଛି ।

ତାରା ଚାନ୍ଦୁଆରେ.. ଜହ୍ନ ହରଷରେ

ଖୁସିରେ ମୁରୁକି ହସୁଛି ।।

ତୁମ ପ୍ରୀତିର... ସ୍ନିଗ୍ଧ ମହକ

ତୁମ ବଦନ...  ଇନ୍ଦୁର ଚହକ,

ସବୁ ସପନ ପରାଏ ଲାଗୁଛି ।୧।

ଏହି ଜହ୍ନରାତି.. ଜୋଛନାରେ ସାଥି.. 


ଦୂରରେ ଚକୋରୀ.. ଦୃଦେ କୋହ ଭରି 

ଗୁମୁରି ଗୁମୁରି କାନ୍ଦୁଛି ।

ମନ୍ଦ ସମୀରଣ.. ମୃଦୁ ଶିହରଣେ

ଦେଖ କୁମୁଦିନୀ ନାଚୁଛି ।

କାହା ହସରେ.. କା'ର ଲୁହରେ

କାହା ବେଦନା.. କା'ର କୋହରେ 

ତୁମେ ନାହଁ ସାଥୀ.. ଭରା ଜହ୍ନରାତି

ମୋ ମନେ ଅନ୍ଧାର ଘୋଟିଛି।୨।

ଏହି ଜହ୍ନରାତି.. ଜୋଛନାରେ ସାଥି.. 

       *****


Rate this content
Log in