STORYMIRROR

Prasanna Kumar Das

Others

3  

Prasanna Kumar Das

Others

ଜହ୍ନରାତି

ଜହ୍ନରାତି

1 min
213

ଜହ୍ନରାତି ପ୍ରୀତିପ୍ରଦ ମନୋହର ,

ଜୋଛନାର ଛଟା ଆହା କି ସୁନ୍ଦର।

ନିଶିଚର ଜୀବ ବୃକ୍ଷ ଖଗ ମୃଗ,

ନିଶାକର ଶୁଭ୍ର କରରେ ସରାଗ।୧।


ବନ ଉପବନେ ରଜନୀପ୍ରସୂନ,

ବିତରେ ବିକଚି ସୁବାସ ପ୍ରସନ୍ନ।

ଶ୍ୱେତ ଶୁଭ୍ରବର୍ଣ୍ଣା କୁସୁମ ସୌରଭେ,

ମଧୁକର ମଧୁଚକ୍ର ତେଜେ ଲୋଭେ।୨।


ପୂନେଇଁର ଜହ୍ନ ଦେଖିଲେ ସାଗର,

ଉଛୁଳେ ଆନନ୍ଦେ ବଢ଼ାଇ ଜୁଆର।

ସଂସାରେ ବିରଳ କେହି ଅବା ଥାଏ,

ଅନ୍ୟ ପୂର୍ଣ୍ଣତାରେ ପ୍ରଫୁଲ୍ଲିତ ହୁଏ ।୩।


ଜହ୍ନ ଜୋଛନାରେ କୁମୁଦର ପ୍ରୀତି,

ଏଣୁ କୁମୁଦିନୀବନ୍ଧୁ ନାମେ ଖ୍ୟାତି।

ବିରହ ବେଦନା ଦିଏ ଜହ୍ନରାତି

ଚକୋରୀ ବିଛେଦେ ବିଳାପ କରନ୍ତି।୪।


ଅନ୍ଧାର ଆଲୋକ ସୃଷ୍ଟି ଚକ୍ରଖେଳ,

ଆଲୋକରେ ଥାଏ ପ୍ରୀତି ସଭିଙ୍କର।

ଜହ୍ନ କହେ ତୁମେ ଜ୍ୟୋତିର୍ମୟ ହୁଅ ।

ପ୍ରକାଶିତ ହୋଇ ଖୁସି ବାଣ୍ଟୁଥାଅ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍