STORYMIRROR

Santosh Pattnayak

Others

3  

Santosh Pattnayak

Others

ଜହ୍ନ ରାତି

ଜହ୍ନ ରାତି

1 min
191

ଅବଶ ଦେହ ତୋ' ସମର୍ପିତ ଥିଲା

    ସାକ୍ଷୀ ଏଇ ଜହ୍ନ ରାତି 

 କେଉଁ ବିବଶତା ଘାରିଲା ମନକୁ 

   ଭ୍ରମିତ ହୋଇଲା ମତ୍ତି 

    ମିଳିଲାକି ହୀରାମୋତି 

ସରିଲାକି ଶୋଷ ଅବା ଅବଶୋଷ 

     ହୋଇଲୁ କିଅବା ଯତି... !

ଭାଙ୍ଗିଗଲା ଆଜି ସୁନେଲି ସପନ 

    ସରିଗଲା ପ୍ରିୟା-ପ୍ରୀତି 

ସାଇତା ସ୍ମୃତିରେ ହଜୁଛି ସମୟ 

     ହୃଦେ ଭରୁଅଛି ତାତି 

    ଶୀତଳ ଏ' ଜହ୍ନ ରାତି 

ଅସହ୍ୟ ଯନ୍ତ୍ରଣା ତିଆରି ଦେଉଚି

    ସିମାହୀନ ଦୁଃଖ ଭିତ୍ତି ....


       


Rate this content
Log in