STORYMIRROR

PUSPALATA SAHOO

Children Stories

3  

PUSPALATA SAHOO

Children Stories

ଜହ୍ନ ମାମୁଁ

ଜହ୍ନ ମାମୁଁ

1 min
257

ଆ ଜହ୍ନ ମାମୁଁ ଶରଗ ଶଶୀ

ମୋ କୁନା ହାତରେ ପଡ ତୁ ଖସି

ତୋତେ ଦେଖି କୁନା ହୋଇବ ଖୁସି

ଦୁଧ ଭାତ ଦେବି ଖାଇବୁ ବସି

କାଖ କରି ତୋତେ ବୁଲାଇ ନେବି

ହାତୀ ଘୋଡା ବାଘ ଦେଖାଇ ଦେବି

ଖେଳିବ ତୋ ସାଥେ ଚକିରି ଖେଳ

କୁନି ପିଲା ସାଥେ ହୋଇଣ ମେଳ

କୋଳରେ ବସେଇ ଖୁଆଇ ଦେବି

ନାନା ଵାୟା ଗୀତ ଶୁଣାଇ ଦେବି

କେତେ ମଜା ଗପ କହିବି ତୋତେ

କୁନା ତାଳି ମାରି ନାଚିବ ସତେ

ଶୋଇ ଗଲେ କୁନା ଯିବୁ ତୁ ଚାଲି

ତାରାଙ୍କ ମେଳରେ ରହିବୁ ବୋଲି

ଶୋଇ ଯାଆ କୁନା ନ କରି ଡେରି

ଜହ୍ନ ତା ରାଇଜ ଯିବରେ ଫେରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍