STORYMIRROR

RAKESH MUDULI

Others

2  

RAKESH MUDULI

Others

ଝିପିଝିପି ବରଷା ସହ

ଝିପିଝିପି ବରଷା ସହ

1 min
24

ବରଷାରେ ଭିଜିବାକୁ ଭାରି ମଜା ଲାଗେନା

ଦେହ ସିନା ଭିଜି ଯାଏ ମନ କେବେ ଭିଜେନା 

ଝିପି ଝିପି ବରଷାରେ ଭିଜୁଛି ଏଇ ଦେହ ସିନା

ହେଲେ ମନକୁ ଭିଜିବାକୁ ହୋଇଛି ମନା 

ଝିପି ଝିପି ବରଷା ସହ ହାଲକା ଥଣ୍ଡା ପବନେ

ମନ ଖାଲି ଉଡିବୁଲେ ନିର୍ମଳ ଗଗନେ 

ନୀଳ ଆକାଶର କାନଭାସରେ

ଖଣ୍ଡ ଖଣ୍ଡ ବାଦଲର ମେଘୁଆ ସୀନେରୀ

ମନରେ ବାନ୍ଧିଦିଏ ଏକ ମନଲାଖି ଡୋରି

ଝିପି ଝିପି ବରଷାରେ ଭିଜିବାର ମଜା ନିଆରା 

ନିଆରା ଏ ମନ,

ନିଆରା ସେ ଝିପି ଝିପି ଜଳ ଧାରା।


Rate this content
Log in