ଝିପିଝିପି ବରଷା ସହ
ଝିପିଝିପି ବରଷା ସହ
1 min
28
ବରଷାରେ ଭିଜିବାକୁ ଭାରି ମଜା ଲାଗେନା
ଦେହ ସିନା ଭିଜି ଯାଏ ମନ କେବେ ଭିଜେନା
ଝିପି ଝିପି ବରଷାରେ ଭିଜୁଛି ଏଇ ଦେହ ସିନା
ହେଲେ ମନକୁ ଭିଜିବାକୁ ହୋଇଛି ମନା
ଝିପି ଝିପି ବରଷା ସହ ହାଲକା ଥଣ୍ଡା ପବନେ
ମନ ଖାଲି ଉଡିବୁଲେ ନିର୍ମଳ ଗଗନେ
ନୀଳ ଆକାଶର କାନଭାସରେ
ଖଣ୍ଡ ଖଣ୍ଡ ବାଦଲର ମେଘୁଆ ସୀନେରୀ
ମନରେ ବାନ୍ଧିଦିଏ ଏକ ମନଲାଖି ଡୋରି
ଝିପି ଝିପି ବରଷାରେ ଭିଜିବାର ମଜା ନିଆରା
ନିଆରା ଏ ମନ,
ନିଆରା ସେ ଝିପି ଝିପି ଜଳ ଧାରା।
