STORYMIRROR

Chittaranjan Lenka

Others

3  

Chittaranjan Lenka

Others

ଝିଅ

ଝିଅ

1 min
12.8K


ନଇ ସେ ପାଖରେ   କିଏ ଯାଉଛ ହେ

ମୋ ଠାରୁ ଖବର ନିଅ

ବାପାଙ୍କୁ କହିବ ବୋଉଙ୍କୁ କହିବ

କହୁଥିଲା ତୁମ ଝିଅ

ଗେରସ୍ତ ମୋହର   ମଦୁଆଙ୍କ ସାର

ଶ୍ୱଶୁର ଗାଁ ଟାଉଟର

ଶାଶୁ କଳିହୁଡି     ନଣନ୍ଦର ଗାଳି

ଦିଅରଟା କୁଳାଙ୍ଗାର

ବାହା ଦେଇଥିଲ    ଧନୀ ଘର ଦେଖି

କାଟିବି ସୁଖରେ ଦିନ

ସତ କୁହ ବାପା    କି ହୋଇବ ଧନ

ଯଦି ନ ମିଳିଲା ମନ?

ନ ହସି ନ ରାଗି    କୋମଳ ମନରେ

ଭାବିବ ଭଉଣୀ ଭାଇ

କାଉ ପଲେ ବଗ-   ଟିଏ ଛାଡି ଦେଲେ

   ପାରିବ କି କେବେ ଜୀଇଁ???

ଚିତ୍ତ ରଞ୍ଜନ ଲେଙ୍କା (କଟକ)

 

 

 

 

 


Rate this content
Log in