STORYMIRROR

Dr.Sashi Bhushan Mohapatra

Others

3  

Dr.Sashi Bhushan Mohapatra

Others

ଝିଅ

ଝିଅ

1 min
234


ଝିଅ !

ଜୀବନ କାହାଣୀରେ

ତୁ ଏକ ମହାରାଣୀ

ପ୍ରାଣର ଉଚ୍ଛ୍ୱାସ ତୁ

ନିଃଶ୍ୱାସ ପ୍ରଶ୍ୱାସ ବି,

ଜୀବନ ଭଳି ପ୍ରିୟ

ଅମୂଲ୍ୟ ସମ୍ପଦ,

ଫୁଲ ଭଳି କୋମଳ ସୁନ୍ଦର

ମା' ଭଳି ସ୍ନେହ

ଆଖିର ତାରା ତୁ

ଚିକ ଚିକ ନୀଳପରୀ

ମୋ ମନ ଆକାଶର |


ନରମ ନରମ ପାଦରେ

ତୁ,ଆଙ୍କିଦେଲୁ ଅଗଣାରେ ଝୋଟି,

ତୋ ଓଠର ଶବ୍ଦରେ

କେବେ ମଧୁମକ୍ଷିର ଗୁଞ୍ଜନ ତ          

କେବେ ନଈର କଳ କଳ ଶବ୍ଦ

ହୃଦୟରେ ତରଙ୍ଗ ଉଠେ

ଉଛୁଳେ ଜୀବନ |


ତୁ ଫୁଲ ପରି ଫୁଟିଲୁ

ଛିଡା ହେଲୁ ,ଆଗକୁ ବଢ଼ିଲୁ

ଆକାଶର ଉଡାଣ ଦେଲୁ,

ଆକାଶର ଜହ୍ନ ପରି

ଅଗଣାରେ ଖେଳିଲୁ

ପିଠିରେ ଲାଉ ହୋଇ

ଆଖିକୁ ବୁଜିଦେଇ

ସ୍ୱପ୍ନ କେତେ ଦେଖାଇଲୁ,

ଚଷମା କାଚରେ ଜମିଥିବା ଧୂଳି

କପଡ଼ାରେ ପୋଛିଦେଲା ପରି

ହୃଦୟରେ ଜମିଥିବା ଧୂଳି

ପୋଛିଦେଲୁ |


ତୁ ଶ୍ରୀମୟୀ

ସ୍ନେହମୟୀ ହେଲୁ

ଶ୍ରଦ୍ଧାମୟୀ ହେଲୁ

ମମତାମୟୀ ମା' ମୋର ହେଲୁ

ପ୍ରଶାନ୍ତମୟୀ ଦେବୀଟିଏ ହୋଇ

ପ୍ରଶାନ୍ତି ଭରିଲୁ |


କେତେ ଯେ ବୟସ ତୋର

ତୁ ଏବେ ବି କଣ୍ଢେଇ ମୋର

ହୃଦୟର ଧକ ଧକ ଶବ୍ଦ ତୁ

ମୋ ଜୀବନ ସଙ୍ଗୀତ

ଜୀବନ ସାରା ରାଣୀ ହୋଇ

ହୃଦୟ ସିଂହାସନରେ ରହିଥା |

ତୁ ମୋର ଗୀତା ଭାଗବତ

ତୁ ଶ୍ରୀଜାଶ୍ରୀ

ମୋ ତନୟା |

***************


Rate this content
Log in