STORYMIRROR

pranati Mahapatra

Others

3  

pranati Mahapatra

Others

ଜଗତସିଂହପୁର ଜିଲ୍ଲାକୁ ଯିବା

ଜଗତସିଂହପୁର ଜିଲ୍ଲାକୁ ଯିବା

1 min
138

ଆମ ଜିଲ୍ଲା ଜଗତସିଂହପୁର

ଅଟେ ଭାରି ସୁନ୍ଦର,

ମାଆ ସାରଳାଙ୍କ ଅଭୟ ଆଶୀଷ

ଝରୁ ହୋଇ ଝରଝର।

ଆମ ଜିଲ୍ଲା ଜଗତସିଂହପୁର।(୧)


ଓଡିଶା ରାଜ୍ୟର ତିରଶି ଜିଲ୍ଲାରୁ

ଜଗତସିଂହପୁର ଏକ ଜିଲ୍ଲା,

୧୯୯୩ ଏପ୍ରିଲ ଏକ ରେ ତାହା

ଜଗତସିଂହପୁର ହେଲା।(୨)


ଏକ ଲୋକସଭା ଚାରି ବିଧାନସଭା

ଭାଷା ଇଂରାଜୀ ଓଡ଼ିଆ,

ଆରାଧ୍ୟ ଦେବୀ ଯେ ଜଗି ରହିଛନ୍ତି

ମାଆ ସାରଳାଙ୍କୁ ମାରୁଛି ମୁଣ୍ଡିଆ।(୩)


ସାହିତ୍ୟର ମହନୀୟ ସ୍ରଷ୍ଟା ଗଣ

ସାରଳା ବୀରକିଶୋର,

ଗୋପାଳ ଛୋଟରାୟ ପ୍ରତିଭା ରାୟ

ବିଭୁତି ପଟ୍ଟନାୟକ ସାହିତ୍ୟ ବୀର।(୪)


ବାଣୀଦେବୀ ନାମେ ବାଣୀକ୍ଷେତ୍ର

ଆମ ଜଗତସିଂହପୁର,

ନୌବାଣିଜ୍ୟ ଭିତ୍ତିଭୂମି ଆଧାରରେ

ଅଛି ପାରାଦୀପ ବନ୍ଦର।(୫)


ପ୍ରାଚୀନ କାଳରୁ ବୌଦ୍ଧ ଜୈନ ନାଥ

ଶାକ୍ତ ଗାଣପତ୍ୟ ଶୈବ,

କଳାସ୍ଥାପତ୍ୟର ଓ ନାନା ଧର୍ମଧାରା

ଇସଲାମ ପୁଣି ବୈଷ୍ଣବ।(୬) 


ପଞ୍ଚୁପାଣ୍ଡବ ମନ୍ଦିରର ସ୍ଥାପତ୍ୟ

ପର୍ଯ୍ୟଟକ ଆକର୍ଷିତ,

ମାଆ ସାରଳାଙ୍କ ମନ୍ଦିର ପ୍ରତିଷ୍ଠା

ଭୌମ ରାଜବଂଶର ରାଜତ୍ଵ।(୭)


ଭୁବନେଶ୍ୱର ତ୍ରିଲୋଚନେଶ୍ଵର ଖଣ୍ଡେଶ୍ଵର

ଧନେଶ୍ଵର ପଞ୍ଚୁପାଣ୍ଡବ,

ଐତିହ୍ୟ ସଂସ୍କୃତି କଳାସ୍ଥାପତ୍ୟର

ଜଗତସିଂହପୁର ପ୍ରସିଦ୍ଧ।(୮)


ସ୍ଵାଧୀନତା ସଂଗ୍ରାମୀଙ୍କ ତାଲିମ କେନ୍ଦ୍ର

ଅଟେ ପରା ଆମ ଜିଲ୍ଲା,

ଅଳକାଶ୍ରମ ମୁକ୍ତି ସଂଗ୍ରାମର 

ଅଟେ ସଂଗ୍ରାମୀ ଙ୍କ କିଲ୍ଲା।(୯)


ଲୋକକଳା ପାଲା ଘୋଡାନାଚ

ଘଣ୍ଟପାଟୁଆ ଧୁଡୁକି,

ଯାତ୍ରା ଅନୁଷ୍ଠାନ ଯାତ୍ରା କଳାକାର

ପାଇଁ ଅଛି ତ ପ୍ରସିଦ୍ଧି।(୧୦)


ବିନୋବା ଭାବେ ଭୂଦାନ ଆନ୍ଦୋଳନେ

ଜୟପ୍ରକାଶ ଭାରତଛାଡ଼ ଆନ୍ଦୋଳନେ

ରାମ ମନୋହର ସୁରେନ୍ଦ୍ର ନାଥ ହରେକୃଷ୍ଣ

ଏ ମାଟିରୁ ପ୍ରଥମେ ଶୁଭିଥିଲା ସ୍ଵାଧୀନତା ସ୍ଵର।(୧୧)


ଶିକ୍ଷା ସଂସ୍କୃତି କଳା ସାହିତ୍ୟ ରେ

ସୁପ୍ରସିଦ୍ଧ ଏହି ଜିଲ୍ଲା,

ମାଆ ସାରଳାଙ୍କ ଅଭୟ ଆଶିଷେ

ହସୁ ଜଗତସିଂହପୁର ଜିଲ୍ଲା।(୧୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍