STORYMIRROR

Sukanti Hotta

Others

3  

Sukanti Hotta

Others

ଜଗତର ମାଆ

ଜଗତର ମାଆ

1 min
223

ସୃଷ୍ଟି ରକ୍ଷା ପାଇଁ ଆବିର୍ଭାବ ହେଲୁ

ବାସନ୍ତିକ ଶାରଦୀୟ ରୂପେ ପୂଜା ପାଇଲୁ

ଦୁର୍ଗତି ନାଶିନୀ ନାମ ବୋଲାଇଲୁ

ନବଦିନାତ୍ମକ ପୂଜା ତୁ ପାଇଲୁ l


ଅଦଭୂତ ଲୀଳା ସଂସାରରେ କଲୁ

ମୋହ ମାୟାରେ ସଭିଙ୍କୁ ବାନ୍ଧିଲୁ

ବିଭିନ୍ନ ନାମରେ ନାମିତ ହେଲୁ

ଦୁଃର୍ଜନଙ୍କୁ ତୁ ଖଡ଼ଗେ ମାରିଲୁ l


ସଂସାରର କ୍ଳେଶ ଦୂର କରିଲୁ

ମାଆ ଡାକିଦେଲେ ଅମୃତ ଦେଲୁ

କରୁଣା ବରଷି ସନ୍ଥ ଉଦ୍ଧାରିଲୁ

ଭକ୍ତ ଡାକିଲେ ଓ କରିଲୁ l


ଏ ଧରା ଧାମକୁ ତୁ ଆସିଲୁ

ଧ୍ୱଂସ ମୁଖରୁ ରକ୍ଷା କରିଲୁ

ଆପଦ ବିପଦେ ସାହା ହୋଇଲୁ

ବିଦ୍ୟା ଧନ ଜ୍ଞାନ ଦାତ୍ରୀ ହୋଇଲୁ l


ବ୍ୟାଘ୍ର ସିଂହ ବାହାନେ ପୂଜା ପାଇଲୁ

ଅନ୍ଧାର ଅଜ୍ଞାନ ନାଶ କରିଲୁ

ସାରା ବିଶ୍ୱକୁ ରକ୍ଷା କରିଲୁ

ଜଗତ ଜନନୀ ନାମ ବୋଲାଇଲୁ l



இந்த உள்ளடக்கத்தை மதிப்பிடவும்
உள்நுழை