STORYMIRROR

Writer Roja Panda

Others

3  

Writer Roja Panda

Others

ଜଗମୋହନଙ୍କ ରଥଯାତ୍ରା

ଜଗମୋହନଙ୍କ ରଥଯାତ୍ରା

1 min
14.5K


ରଥେ ହୋଇଛନ୍ତି ଉପବେଶନ

ଆଜି ଆମ ପ୍ରଭୁ ଜଗମୋହନ

ଖୁସିରେ ନାଚୁଛି ତାଙ୍କରି ମନ

ଯିବାପାଇଁ ଗୁଣ୍ଡିଚା ଭବନ

କୋଟି ଭକ୍ତ ଗଣ କରନ୍ତି ଗାନ

ପ୍ରଭୁଙ୍କ ନାମର ଭକ୍ତି ଭଜନ

ସରଧାବାଲିରେ ରଥ ଗଡ଼ିବ

ଶଙ୍ଖ ହୁଳହୁଳି ବାଜି ଉଠିବ

ଦାଶ କାଠିଆଙ୍କ କାଠି ବାଜିବ

ସେଇ ସୁରେ ଗୋଟିପୁଅ ନାଚିବ

ଠାକୁର ରାଜାଙ୍କ ଛେରା ପହଁରା

ଆଉ କିଛି କ୍ଷଣେ ହୋଇବ ପରା

ଝୁଲି ଝୁଲି ଆସି କାଳିଆ ହାତୀ

ରଥେ ବିଜେ ହେବେ କରି ପହଣ୍ଡି

ଟାହିଆ ହଲାଇ ପଣ୍ଡା ଆସିବେ

ତୁଳସୀ ଚନ୍ଦନେ ବେଶ କରିବେ

ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି

ବୁଲିବାକୁ ଯିବେ ଶ୍ରୀ ଚକ୍ରଧାରୀ

ନଅ ଦିନ ରହି ମାଉସୀ ଘରେ

ଫେରି ଆସିବେ ସେ ଶିରୀ ମନ୍ଦିରେ

ସେଦିନ ବାହୁଡା ଜାତ ହୋଇବ

ଭକତ ଗହଳି ପୁଣି ଲାଗିବ ।

ରୋଜା ପଣ୍ଡା

ପୂର୍ଣାନନ୍ଦ ଭବନ, ନେତାଜୀ ନଗର

ମଧୁପାଟଣା,କଟକ- ୭୫ ୩୦୧୦


Rate this content
Log in