STORYMIRROR

Sunanda Mohanty

Others

3  

Sunanda Mohanty

Others

ଜଗାଅ ପୁଲକ

ଜଗାଅ ପୁଲକ

1 min
11

କେତେ ଯେ ଜାଣିଛ କୁହୁକ 

ସ୍ନାନପୂର୍ଣ୍ଣମୀରେ ଗାଧେଇ ପାଧେଇ 

ଯିବ ଦୂରଦେଶ ହୋଇ ବଣିକ 

ଆଣିଦେବ ଅବା ଶାନ୍ତି ସଂହତି 

ପ୍ରୀତି ଓ ମୈତ୍ରୀ ଭାଇଚାରା ପରି ମାଣିକ 

ଗୁପ୍ତ ଘରେ ରହି ପଟି ଦିଅଁ ହୋଇ 

ଭକ୍ତ ମନ ମୋହି ନାମଟି ତୁମର ଡାହୁକ 

କେତେ ନାଟ କର ନୀଳାଚଳ ଧାମେ 

ଭାବ ଭକ୍ତିରେ ଭକ୍ତର ତୁମେ କାରକ 

ତୁମେ ହିଁ ଯଜ୍ଞ ତୁମେ ହିଁ ବିଜ୍ଞ 

ତୁମେ ଏ ସୃଷ୍ଟିର ମାଲିକ 

ତୁମ ରୂପ ଠାଣି ମନଲୋଭା ଜାଣି 

ପଟି ଦିଅଁ ଦେଖି ଭକ୍ତର ପଡୁନି ପଲକ 

ସ୍ନାନପୂର୍ଣ୍ଣମୀରେ ପ୍ରଣାମ ପୟରେ 

ଧନ୍ୟ କାରିଗର ଶ୍ରେଷ୍ଠ କଳାକାର ଶ୍ରମିକ 

ଯେତେ ବିଡମ୍ବନା ଦୂର କରିଦିଅ ପ୍ରଭୁ 

ତୁମ ଗୋଲକର ତୁମେ ସଦା ରକ୍ଷକ

ଜଗାଅ ଜଗତେ ପଲକେ ପୁଲକ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍