ଜଗା ଦରଶନେ ବଳିଛି ମନ
ଜଗା ଦରଶନେ ବଳିଛି ମନ
1 min
329
କୁହ ସାଆନ୍ତେ, କୁହ ସାଆନ୍ତେ
ଦରଶନ କି ମିଳିବ ମୋତେ
ଚାହିଁ ରହିଛନ୍ତି ଯୁଗ ଯୁଗ ଗତେ
ତୋର କେତେ ପ୍ରିୟ ଭକତେ।
ତୋର ମୋର ଭାବ ଏମନ୍ତେ
ଜଳ ସହ ମୀନ ଯେମନ୍ତେ
ଜଗା ରୂପ ତୋର ଦେଖନ୍ତେ
ମୋକ୍ଷ ପ୍ରାପ୍ତ ହୋଇଯାଆନ୍ତେ।
ଗରୁଡ ଖମ୍ବରୁ ଦେଖି ଦିଅନ୍ତେ
ମନକୁ ବୁଝାଇ ନିଅନ୍ତେ
ଜନ୍ମ ଜନ୍ମ ପାପ ଧୋଇ ଦିଅନ୍ତେ
ତୁଳସୀ ପ୍ରସାଦ ପାଆନ୍ତେ ।
ବାଇଶି ପାବଚ୍ଛେ ଗଡନ୍ତେ
ଆନନ୍ଦ ବଜାରେ ଭୁଞ୍ଜନ୍ତେ
କଳ୍ପ ବଟେ ସୂତା ବାନ୍ଧନ୍ତେ
ପଣ୍ଡା ବେତ ମାଡ଼ ଖାଆନ୍ତେ ।
କୋଇଲି ବୈକୁଣ୍ଠେ ବୁଲି ଆସନ୍ତେ
ମୁକ୍ତି ମଣ୍ଡପ ଦେଖି ଦିଅନ୍ତେ
ଟଙ୍କ ତୋରାଣି ତ ପିଅନ୍ତେ
ମା' କମଳା ବିମଳା ଭେଟ କରନ୍ତେ ।
