Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଜାତୀୟ ପତାକା ବନ୍ଦନା

ଜାତୀୟ ପତାକା ବନ୍ଦନା

1 min
157



ଜାତୀୟ ପତାକା ଜାତିର ଗୌରବ

ଜାତିର ସମ୍ପଦ ତୁହି ।


ତିନି ରଙ୍ଗ ବୋହି ଚାଲିଛୁ ଅଙ୍ଗ ରେ

ଚକ୍ର ସ୍ତମ୍ଭ ତୋର ଥାଇ ।


ତୋହରି ଲାଗି ଦେଶ ରେ ସମର

କେତେ ଯେ ଯାଇଛି ବହି ।


ଯାବତ ଜାତିର ଜାତୀୟ ପରାଣ

ବିଜୟ ପତାକା ହୋଇ ।


ଜଗତ ଯାକର ହୃଦ ଆମେ ଜିଣୁ

ତ୍ରୀରଂଗା ପତାକା ବଳେ ।


ମୈତ୍ରୀ ପ୍ରୀତିର ଭାବ ଖେଳିଯାଏ

ଏ ପତାକା ଛାୟା ତଳେ ।


ଭାରତ ମାତାର ମୁକ୍ତି ଗୀତିକା

ସୁମେରୁ କୁମେରୁ ଯାଏ ।


ମୁକ୍ତି ପ୍ରୀତିର ପ୍ରତୀକ ପତାକା

ଜୟ-ଜୟକାର ଗାଏ ।


ପ୍ରତି ପଂକ୍ତିରେ ଜାତି ଦୁଃଖ ବ୍ୟଥା

ପତାକା ହୃଦୟେ ବହେ ।


ଏ ଜାତି ଭାଗ୍ୟ ର ଚକ୍ର ଚରଖା

ଅଛି ପତାକାର ଦେହେ ।


ଏ ପତାକା କହେ ସେତେବେଳକାର

ନିର୍ଯ୍ୟାତିତ ଦେଶ କଥା ।


କର ନମଷ୍କାର ଆଶାଭରସାର

ଜାତୀୟ ପତାକା,ଭ୍ରାତା ।


ଉଡ଼ିଛୁ ଉଡୁଛୁ ଉଡୁଥିବୁ ପରା

ଆମ ଦେଶ ରେ ତୁହି ।


ଅତୀତ ର ବାର୍ତ୍ତା ବହନ କରୁଛୁ

ଧନ୍ୟ ଧନ୍ୟ ରେ ତୁହି ।


Rate this content
Log in