STORYMIRROR

Kulamani Sarangi

Others

2  

Kulamani Sarangi

Others

ଜାଇଫୁଲ ଚହଟିଲା

ଜାଇଫୁଲ ଚହଟିଲା

1 min
185


ଜାଇ ଫୁଲ ଚହଟିଲା,

ମନ ଶିରାବଣ ନଈ ବଢିଲାରେ,

ସାଙ୍ଗ,ଛାତିଟା ଚହଲି ଗଲା ତୋ ପାଇଁରେ,

ତୁଇ କଫି ହେଲେ ଚିନି ମୁଇଁ ସଙ୍ଗାତରେ।।


ଆକାଶେ ଡାକିଲା ମେଘ,

ମନ ଖୋଜୁଚି ତୋ ନିଆରା ଭାବରେ,

ଭିଜି ଗଲା ଛାତିର ସରାଗ ତୋ ପାଇଁରେ,

ତୁଇ ପଖାଳ ହେଲେ ମୁଁ ଶାଗ ସଙ୍ଗାତରେ,


ବନସ୍ତେ ଡାକେ ମଇନା,

ଭାବନାରେ ବାଜେ ବିଚିତ୍ର ବୀଣାରେ,

ମଲ୍ଲୀ ଫୁଲରେ ତୋର ବାସନା ସଙ୍ଗାତରେ,

ତୁଇ ପିଠା ହେଲେ ମୁଇଁ ଚୁନା ସଙ୍ଗାତରେ।।


ମେଘ ଯାଏ ଝରି ଝରି,

ରାତି ବଢେ ଛାତି ହେଉଛି କୋରିରେ,

ନିଦ ନଆସେ ତୋ କଥା ଝୁରି ସଙ୍ଗାତରେ,

ତୁଇ କାଜୁ ହେଲେ ମୁଇଁ ଖିରୀ ସଙ୍ଗାତରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍