STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଜାଗର ଚତୁର୍ଦ୍ଦଶୀ

ଜାଗର ଚତୁର୍ଦ୍ଦଶୀ

1 min
216


ଓଁ ନମଃ ଶିବାୟ ନମଃ ଶିବାୟ ଜପରେ ମନ ଚଇତନ,

ଶିବମୟ ଆଜି ଜାଗର ଅନ୍ଧାର , ଘୋଟିଯାଇଅଛି ସାରା ତିନିପୁର

ଦୀପ ପ୍ରଜ୍ବଳନେ ଆଲୋକିତକର, ମହୀ ହେବ ମୁହ୍ୟମାନ

କଅଁଳି ଉଠଇ ତରୁ,ଲତା ଦେଖ, ନେଇ ନୂଆ ତାନମାନ ।।


ସଂସାର ରକ୍ଷଣେ ଗରଳ ପିଇଲେ, ଯୋଗେଶ୍ୱର ଧ୍ୟାନ ଯୋଗରେ ବସିଲେ

ଗରଳ ପ୍ରଭାବେ ବିହ୍ଵଳିତ ହେଲେ, ସ୍ଵର୍ଗଗଙ୍ଗା ତହୁଁ ଜଟାରେ ଧାରଣ

ଶଶି କପୋଳେ କିରିଟ ଧାରଣ ଶଶଧର ଶଶିଭୂଷଣ 

ଓଁ ନମଃ ଶିବାୟ ନମଃ ଶିବାୟ ଜପରେ ମନ ଚଇତନ ।।


ଗଳେ ନାଗରାଜ ହାର ପ୍ରଲମ୍ଵିତ, ତହୁଁ ପରେ ହେଲା ଆହେ ବିଶ୍ଵନାଥ

ସଦା ନିଶାଗ୍ରସ୍ତ ହେଲେ ଭୋଳାନାଥ, (ସେ)ଜଗତ ପ୍ରାଣ ସ୍ପନ୍ଦନ

ଆଜି ସେହି ପୂଣ୍ୟ ଚତୁର୍ଦ୍ଦଶୀ ତିଥି, ଜାଗର ଜାଳରେ ମନ

ଓଁ ନମଃ ଶିବାୟ ନମଃ ଶିବାୟ ଜପରେ ମନ ଚଇତନ ।।


ସ୍ମଶାନ ନିବାସ ଦିଗମ୍ବର ବେସ, ପ୍ରସାଧନେ ଭସ୍ମ ଆହା କି ସୁବେଶ

ମୃତ୍ୟୁ କୁ ଅମୃତ କରନ୍ତି ମହେଶ, ଜୀବନ କରନ୍ତି ପାବନ

ଶିବମୟ ହେଉ ସକଳ ଜୀବନ, ଜପୁଥାରେ ପଞ୍ଚାନନ

ଓଁ ନମଃ ଶିବାୟ ନମଃ ଶିବାୟ ଜପରେ ମନ‌ ଚଇତନ ।।



Rate this content
Log in