STORYMIRROR

Debabrata Jena

Others

3  

Debabrata Jena

Others

ଜାଗ ଓଡ଼ିଆ

ଜାଗ ଓଡ଼ିଆ

1 min
335



ଆମେ ସବୁ ଭାରି ବଢିଆ !!

ଗରବରେ କହେ ଓଡ଼ିଆ

ଆମ ବାହାରଟା ଚିକ୍କଣ ଚାକ୍କଣ

ଭିତରଟା ପୁରା ଅଳିଆ

ଆମେ ସବୁ ଭାରି ବଢିଆ !!


ଆମ କଥାରେ ବରଷେ ମହୁ

କାମରେ ମହାନ ନୋହୁଁ

ନିଜ ସ୍ୱାର୍ଥ ପାଈଁ ଲଢୁ ଥାଉ ଆମେ

ଅନ୍ୟକୁ ଦେଇଣ ଲହୁ

ଆମ କଥାରେ ବରଷେ ମହୁ ।।


ଆମେ ନିଜ ଭାଗ୍ୟ ନିଜେ ନିନ୍ଦୁ

ଅନ୍ୟ ଶିରୀ ଦେଖି କାନ୍ଦୁ

ଆମ ଅଳସ ମନ ଯେ ଭୂତଘର କୋଠି

ସମୟକୁ ଦୋଷେ ଛନ୍ଦୁ

ଆମେ ନିଜ ଭାଗ୍ୟ ନିଜେ ନିନ୍ଦୁ ।।


ଆମେ ଜିତି ଚାଲୁ ସବୁ ବାଜି

ଚିଲିକା କଙ୍କଡା ସାଜି

ଆଗକୁ ବଢେ ଯେ ପଛେ ଟାଣି ଧରୁ

କାଲି ହେଉ କିମ୍ବା ଆଜି

ଆମେ ଜିତି ଚାଲୁ ସବୁ ବାଜି ।।


ଆମେ କେବେ ହେବା ନିରିଭୀକ ??

ନ ସାଜି ଯୁଦ୍ଧେ ସୈନିକ

ବୀର ନ ହୋଇଣ କାପୁରୁଷ ହେବା

ସାଜିଯିବା ପଳାତକ

ଆମେ କେବେ ହେବା ନିରିଭୀକ ??












ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍