STORYMIRROR

Rajendra Giri

Others

5.0  

Rajendra Giri

Others

ଇସ୍ତାହାର

ଇସ୍ତାହାର

1 min
878



(ପରାଜିତ ନାୟକର ବିଳାପ-୮ )


ଶେଷ ହେଲା ଆଜି ମୋ

ପ୍ରେମ ଇସ୍ତାହାର

ହିସାବ କରି ପାରୁନି ପାଇଲି

କେତେ ଉପହାର ।।


ଭାବିନଥିଲି ମୁଁ

ଏତେ ଶୀଘ୍ର ହୋଇଯିବ

ଫଇସଲା

ବୋଧହୁଏ ଜୀବନରେ

କୋଉଁଠି କିଛି କମି

ରହିଗଲା ।।


ତୁମେ ତ ରାଜା ଘର ଝିଅ

ରାଜନନ୍ଦିନୀ

କେମିତିବା ହୁଅନ୍ତ ମୋ

ଘର ଚାନ୍ଦିନୀ ।।


ମୋ ନୂଆଣିଆ ଛପରେ

ବାଜିଥାନ୍ତା ତୁମ

ମଥା

ତୁମ ସମାଜକୁ ବୁଝାଇଥାନ୍ତ

କହି ଅବା କୋଉଁ

କଥା ।।


ତୁମକୁ ପାଇବାର ଭାଗ୍ୟ

ଆଉକାହାର

ମୋ ଜୀବନେ ଖାଲି

ହା-ହା କାର ।।


ପାଗଳ ପ୍ରେମିକତ

ବିଳାପ କରିବ

ତା' କଥାକୁ କି ଦୁନିଆ

କାନ ଡେରିବ ।।


ରାଜେନ୍ଦ୍ର ଗିରି

ଭୋଗରାଇ, ବାଲେଶ୍ୱର,

୭୮୭୩୫୭୦୯୩୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍