STORYMIRROR

Minakshi Samal

Others

4  

Minakshi Samal

Others

ଇପସିତ

ଇପସିତ

1 min
221

ଅସଂଖ୍ୟ

ଇଚ୍ଛାର ସମାହାର

ଏଇ ମନୁଷ୍ୟର ମନ

କିଛି ପ୍ରାପ୍ତିର ପାଏ ମୋହର ତ

ଆଉକିଛି ଅପ୍ରାପ୍ତିର ସାଗରରେ

ହୋଇଯାଏ ଲୀନ ।

ପୁଞ୍ଜା ପୁଞ୍ଜା ଇଚ୍ଛା ସବୁ

କଡ ଲେଉଟାନ୍ତି ରହିରହି

ଉଖୁରେଇ ମନର ଉମ୍ହେଇ

ଇପସିତ ବସ୍ତୁଟି ପାଇବା ର ମୋହ

ଇନ୍ଧନ ଯୋଗାଏ ଆଗକୁ ବଢିବାରେ ।

ପାଇବାର ମୋହ ବଳବତୀ ହୋଇ

ହାତଟାଣି ଆଗକୁ ଆଗେଇ ନିଏ

ରାସ୍ତା ଦେଖାଏ ଅତିକ୍ରମ କରିବାର

ସୋପାନ ସବୁକୁ

ଅବଶେଷେ ହୃଦବୋଧ ହୁଏ

ଆଶାର ପରିସୀମା ଅସୀମ

ଗୋଟିଏ ଇପସିତ ପଛରେ

ଧାଡିବାନ୍ଧି ରହିଥାନ୍ତି ଅନେକ ଲୁକ୍କାୟିତ ଇଛା ।

ଗୋଟିକୁ ପାଇଲେ ଅନ୍ୟଟିର

ପ୍ରାପ୍ତି ପାଇଁ ମନ ମଧ୍ୟେ

ସୃଷ୍ଟି ହୁଏ ଝଡ ।

ଧାବମାନ ମନରୂପୀ ଅଶ୍ବକୁ

ବାନ୍ଧି ରଖେ

ସଂଯମର ଶୃଙ୍ଖଳ

ଇପସିତ ଇଛାସବୁ

ହୋଇଯାନ୍ତି ସୁସଂଗଠିତ ।



Rate this content
Log in