STORYMIRROR

Soumya Shubhadarshinee

Others Romance

3  

Soumya Shubhadarshinee

Others Romance

ଇପ୍ସା

ଇପ୍ସା

1 min
12.9K


କଳ୍ପନାରେ

ବାସ୍ତବତାର ରଙ୍ଗ ଭରି

ଉତାରିଛି

ଆବେଗ କାନ୍‌ଭାସ୍ ରେ

ସତର୍କ ଭାବେ

ଟିକେ ବି ରଖିନି ଉଣା

କେଉଁଠି ବି

କାଳେ ଲାଗିବ ଖାପଛଡା

ତମାମ ରାତି ଉଜାଗର ହେଇ କରିଛି ପ୍ରଚେଷ୍ଟା

ଦେବାକୁ ରୂପ ଶବ୍ଦ ମାନଙ୍କୁ

ଶବ୍ଦ ସବୁ

ଉନ୍ମୁକ୍ତ ଚିତ୍ରିତ ବିହଙ୍ଗ ସାଜି

ଆଛନ୍ନ କରିଛନ୍ତି

ଆଶାର ଆକାଶ ସରାଗରେ

ଭାରି ମିଠା

ଭାବାବେଶ କେବଳ ତୁମର

ଆଉ ମୋର

ଏକାନ୍ତ ନିଜର ନିସର୍ତ୍ତ ମୁହୂର୍ତ୍ତ

ବାସ ଏତିକି

ଇପ୍ସିତ ମୋର ତୁମେ ଟିକେ

ଦେଖ ମୋର

କଳ୍ପନାକୁ ବାସ୍ତବ ହେବାର

ଆଉ ଦିଅ

ପ୍ରତିଶୃତି ଚାଲିବ ସାଥିରେ

ପ୍ରଳୟ ପର୍ଯ୍ୟନ୍ତ

ହାତରେ ହାତ ଧରି ଶ୍ରଦ୍ଧାରେ

ସାଥେ ମୋର…….

 ସୌମ୍ୟା ଶୁଭଦର୍ଶିନୀ


Rate this content
Log in