STORYMIRROR

Sunanda Mohanty

Others

3  

Sunanda Mohanty

Others

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
170


ସବୁ ସାତ ଯିଏ ନେଇଗଲା ସିଏ

ବାର ମାସର ବର୍ଷଟିଏ

ସାତ ଆଶ୍ଚର୍ଯ୍ୟର ସନ୍ତୁଳିତ ଆମ

ପୃଥିବୀ ମାଆ ସିଏ


ସବୁ ସାତ ଯଦି ଧୋଇଯାଏ

ସିଲଟ ଦରକାର ନୁହେଁ

ସବୁ ସାତ ଯଦି ମଉଳିଯିବ

କୋଣାର୍କକୁ ଅନେଇବ କିଏ


ସବୁ ସାତ ଯଦି ଲୁଚିଯିବେ

ସପ୍ତର୍ଷିମଣ୍ଡଳ ଖୋଜି ହୁଏ

ସବୁ ସାତ ଯଦି ପକ୍ଷୀ ହେବେ 

ବାଇ ଚଢ଼େଇ ଦେଖିବ କିଏ


ସବୁ ସାତ ଯଦି ଓହ୍ଲେଇବେ ମର୍ତ୍ତେ 

ଇନ୍ଦ୍ରଙ୍କ ସଭାରେ ନାଚିବ କିଏ

ସବୁ ସାତ ଘୁଙ୍ଗୁର ଫିଟିଯିବ ଯଦି

କଳଗାଉଣା ଗାଇବ କିଏ


ସବୁ ସାତ ଯଦି ହଜିଯିବେ କେଣେ

ଚିଲିକା କାହିଁକି ଯିବ କିଏ

ସବୁ ସାତ ଯଦି ଧୋଇ ହୋଇଯିବ

ହୋଲି ଖେଳ କେମିତି ଖେଳିବ କହେ


ସବୁ ସାତ ଯଦି ମିଛ ପ୍ରମାଣିତ

ଆଖିକୁ ନିଦ ଆସିବନି 

ସିଏ କହେ ସବୁ ସାତ 

ଯଦି ଦୁଇ କୂଳ ଛୁଇଁବନି


ସାତ ଦିନ ଆଉ ସାତ ରାତି 

ପତିବ୍ରତା ଅନସୂୟା ପାଇଁ ଏକ ହୁଏ

ସାତ ସାଗରକୁ ଧରି ରଖିବାକୁ

ଇନ୍ଦ୍ରଧନୁ ମନେ ପକାଇଦିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍