STORYMIRROR

Writer Roja Panda

Others

3  

Writer Roja Panda

Others

ଈଶ୍ୱରଙ୍କ ବରଦାନ

ଈଶ୍ୱରଙ୍କ ବରଦାନ

1 min
27K


ମୋର ସାହସ, ମୋର ମହତ, ମୋର ସମ୍ମାନ ମୋ ବାପା,

ମୋର ଶକ୍ତି, ମୋର ସାମର୍ଥ୍ୟ, ମୋର ପରିଚୟ ମୋ ବାପା।

ଘରର ଗୋଟି ଗୋଟି ଇଟାରେ ଜଡ଼ିତ ତାଙ୍କର ରକତ ଝାଳ,

ଘରର ଆଲୋକ, ଘରର ପ୍ରତିଟି ଶାନ୍ତି ପଛରେ କେବଳ ମୋ ବାପା।

ମୋତେ ଧର୍ଯ୍ୟ ଦେଇ ଦୁନିଆରେ ଠିଆ କରିଛନ୍ତି ମୋ ବାପା,

ମୋର ସମସ୍ତ କଳା, କୌଶଳକୁ ଭଲ ଭାବେ ବୁଝିଛନ୍ତି ମୋ ବାପା।

ଘରର ମଜବୁତ ମୂଳଦୁଆ କିଏ ପଚାରିଲେ, ଉତ୍ତର ଆସେ କେବଳ ବାପା,

ମତେ ଅନ୍ଧାରରୁ ଆଲୋକକୁ ଆଣିଛନ୍ତି ମୋ ବାପା।

ମୋର ଗୁରୁ, ମୋର ଈଶ୍ୱର, ମୋର ଅଭିମାନ ମୋ ବାପା,

ମୋ ପରିବାରର ନିଶ୍ୱାସ, ସଭିଙ୍କ ପରିଭାଷା ମୋ ବାପା।

ହୁଏତ କିଛି ଭଲ କର୍ମର ଫଳ ପାଇଁ ମିଳିଛନ୍ତି ମୋତେ ମୋ ବାପା,

ଈଶ୍ୱରଙ୍କ କୃପା, ଈଶ୍ୱରଙ୍କ ଶକ୍ତି, ଈଶ୍ୱରଙ୍କ ବରଦାନ ମୋ ବାପା।


Rate this content
Log in