STORYMIRROR

Sukanti Hotta

Others

4  

Sukanti Hotta

Others

ଈଶ୍ୱର ହିଁ ସତ୍ୟ

ଈଶ୍ୱର ହିଁ ସତ୍ୟ

1 min
211

ସବୁ କିଛି ମିଛ ଈଶ୍ୱର ହିଁ ସତ୍ୟ

ତାଙ୍କରି ଅଦଭୂତ ସୃଷ୍ଟି

ମାୟାର ବଳୟ ଘେରି ରହିଅଛି

କାହାକୁ ହୁଏନି ଦୃଷ୍ଟି l


ଦିନ ପରେ ରାତି ରାତ୍ରି ପରେ ଦିନ

ସବୁ ତାଙ୍କରି ଭିଆଣ

କୀଟ ଠାରୁ ବୃକ୍ଷ ମଣିଷ ସମସ୍ତେ

ତାଙ୍କଠାରୁ ସୃଷ୍ଟି ଜାଣ l


ମାୟାର ବଳୟେ ସବୁ ଘାଣ୍ଟି ହୋନ୍ତି

ମୋର ମୋର ବୋଲି କହି

ଧନ ରୂପ ଗର୍ବେ ବଢିମା କାଡ଼ନ୍ତି

କେହି କାହାର ନାହିଁ l


ଜନ୍ମ ମୃତ୍ୟୁ ସବୁ ତାଙ୍କରି ହାତରେ

ମିଛ ଗର୍ବ ମଣିଷର

ଜନ୍ମର ରହସ୍ୟ ଜାଣିଛନ୍ତି ସିନା

ମୃତ୍ୟୁ ତାଙ୍କରି ହାତର l


ମୃତ୍ୟୁ ପରେ ଆତ୍ମା କେଉଁଠିକୁ ଯାଏ

ରହସ୍ୟ ହୋଇ ରହିଛି

ମୁଢ ଏ ମଣିଷ ବିଜ୍ଞାନକୁ ନେଇ

ତୁଚ୍ଛା ବଢିମା କାଢୁଛି l



Rate this content
Log in