STORYMIRROR

Sushantkumar Pradhan

Others

2  

Sushantkumar Pradhan

Others

ଇଏ କି ରକମ ରାଜନୀତି

ଇଏ କି ରକମ ରାଜନୀତି

1 min
13.7K


ଦେହକୁ ନେବେନି ।ବ୍ୟଂଗ କବିତା

ଭଲ ଲାଗିଲେ କହିବେ ଖରାପ ଲାଗିଲେ ନିଜେ ସୁଧୁରିବାକୁ ଚେଷ୍ଟା କରିବେ



କାହାକୁ କହିବ କେମିତି କହିବ

ଆଇନ୍ ଟା ପରା ଶୋଇଛି

କେମିତି ଏମିତି ଘଟଣା ଘଟୁଛି

କହିବାକୁ ଲାଜ ଲାଗୁଛି ।।


ସର୍କାରୀ ଦୁର୍ନୀତି ପଦାକୁ ଆସିଲେ

କେନ୍ଦ୍ର ଅବହେଳା କହୁଛ

ଅନଶନ ଧର୍ମଘଟ କରି କରି

ନଜର ହଟେଇ ଦଉଛ ।।


ସମୟ ଅଣ୍ଟୁନି ଚାବି ଖୋଜିବାକୁ

ଖାଲି ଜଗା ରତ୍ନ ଭଣ୍ଡାର

ମୂଳ ଚାବି କଥା ଭୁଲିଲ କେମିତି

ହେଲା ଡୁପ୍ଲିକେଟ ବାହାର ।।


ନବ କଳେବର ବ୍ରହ୍ମ ବିଭ୍ରାଟର

ଦୋଷୀ ପାଉନାହିଁ ଦଣ୍ଡ

କାରସାଦୀ କରି ରୋଜଗାର କଲ

ଖୋଲି ନୂଆ ଚିଟ୍ ଫଣ୍ଡ ।।


ଖଣି ପାଣି ଡାଲି ପଲ୍ ଥିନ୍ ଦୁର୍ନୀତି

ତଦନ୍ତରେ ପେଚ ମୋଡୁଛ

ବ୍ଲାକରୋଜ୍ ଆଉ ଚାରା ଘୋଟାଲାକୁ

ଫାଇଲ୍ ରେ ଚାପି ଦଉଛ ।।


ସମବାୟ କଥା କାହିଁକି କେଜାଣି

ମନରୁ ପାଶୋରି ଦଉଛ

କୁନ୍ଦୁଲି ଇତିଶ୍ରୀ ବେବୀନା ଆତ୍ମାକୁ

କି ଉପହାର ଦେଇଛ ।।


ଦୁର୍ନିତି ପ୍ରସଗଂ ଯେବେ ବି ଉଠୁଛି

କଥା ଭିନ୍ନ ମୋଡ ନଉଛ ।।

ଗାଦିରକ୍ଷା ପାଇଁ ଦୁର୍ନୀତିକୁ ଚାପି

ମିଛ ପ୍ରତିଶ୍ରୁତି ଦଉଛ ।।


ରାଜ୍ୟଋଣ ଭାର ବଢେଇ ମାଗଣା ଯୋଜନା ଅଜାଡି ଦଉଛ

ସରକାରୀ କଳ କରି ବ୍ୟବହାର

ଭୋଟ ସବୁ କିଣି ନଉଛ ।।


ଶାସନକଳ ଓ ଅର୍ଥ ବାହୁବଳ କ୍ଷମତା ଲୋଭରେ ସାରୁଛ

ଥରେ ଜିତିଗଲେ ସାତଜନ୍ମ ପାଇ୍ଁ

କେବଳ ସଂଚିକି ରଖୁଛ ।।


ଭୋକିଲା ଓଡିଆ ଦାଦନ ଖଟୁଛି

ବଳାତ୍କାରୀ ଦେଖ ହସୁଛି

କୋଢିଆ ସଜେଇ ଦେଖାଅ ବଡେଇ

ଗଣତନ୍ତ୍ର ଦେଖ କାନ୍ଦୁଛି ।।


ନିର୍ବାଚନ ବେଳ ହୋଇଲେ ନିକଟ

ଉଦ୍ଘାଟନ ବେଶୀ କରୁଛ

ବଜେଟ ରେ କିଛି ଥାଉ କି ନ ଥାଉ

ମିଛେ ବାହାଦୁରୀ ନଉଛ ।।


ବୋପାର ସଂପତ୍ତି ଭାବି ନିଜ ନାମେ

ଯୋଜନାକୁ ଚୋରି କରୁଛ

ରାଜ୍ୟ ସ୍ଵାର୍ଥ ପଛ ନିଜ କଥା ଆଗ

କ୍ଷମତାର ସ୍ଵାଦ ଚାଖୁଛ ।।


ଏମିତି କେମିତି କର ରାଜନୀତି

ଦେଖୁନ ଟିକେ ଆଗପଛ

ମିଡିଆ ବାଲାକୁଂ ନିଜଆଡେ ଟାଣି

ପ୍ରଚାର କର ଡାହା ମିଛ ।।


କ୍ରମଶଃ................


ସୁଶାନ୍ତ ପ୍ରଧାନ

ବନ୍ଧହୁଡା,ନରସିଂହପୁର

କଟକ



Rate this content
Log in