STORYMIRROR

Sushantkumar Pradhan

Others

3  

Sushantkumar Pradhan

Others

ହତାଶିଆ ନେତା ଭକ୍ତି

ହତାଶିଆ ନେତା ଭକ୍ତି

2 mins
14.2K




ଜନସାଧାରଣ ହୁଅ ସଚେତନ

ଆସୁଅଛି ନିର୍ବାଚନ

ନେତା ମନ୍ତ୍ରୀ କଂର ଚାଲେ ଧୂଆଁବାଣ

ଘନଘନ ଉଦ୍ଘାଟନ ।।

ଆଜିଠୁ ନେତାଏ ହତାଶ ହେଲେଣି

ପୂଜା ପାଠ କରୁଛନ୍ତି

ସରକାରୀ ଧନ ଦକ୍ଷିଣା ସ୍ୱରୂପ

ଦେବାପାଇଁ ଯାଚୁଛନ୍ତି ।।



ଜୟମାଆ ଗ୍ରାମଦେବତୀ ଘେନବାରେ ମୋ ବିନତୀ

ଚରଣେ ଶରଣ ତୋର ଏତିକି ଅଳି

ମହିମା ବଳେ ତୋହର ଜିତି ଥିଲି ନିର୍ବାଚନ

ଆଶା ଥିଲା ଆଉ କିଛି କରିବି ବୋଲି

ସମୟ ତ ଅଣ୍ଟିଲା ନାହିଁ

ଧର୍ମଘଟେ ଅନଶନେ ଗଲା ତ ବିତି ।।


ଯାହା କରିଛି ମୋ ପାଇଁ କାହା ପାଇଁ କିଛି ନାହିଁ

ସ୍ୱାର୍ଥ ପାଇଁ ସବୁ କିଛି ଯାଇଛି ଭୁଲି

ଅଧା ବାଟେ ଗଲି ମୁଁ ଫସି

ମନ୍ତ୍ରୀ ପଦ ନାଲି ବତୀ ନେଲେ ଛଡାଇ

କରି ଅନୀତି ଦୁର୍ନିତୀ କରି ବଢାଇ ଅଛି ସଂପତ୍ତି

ଚଉଦ ପୁରୁଷ ପାଇଁ ରଖିଛି ସଂଚି

ତୋର ଆଗେ କହୁଛି ମୁହଁ

ରାଜନୀତି ପରି ଭଲ ବେଉସା ନାହିଁ ।।


ବିଧାନସଭାକୁ ଯାଇ ଆଗେ ତୋର ନାମ ନେଇ

ଆବାସ କୁଡିଆ ଖଣ୍ଡେ ଦେବି ତୋ ଲାଗି

ସିମେଣ୍ଟ ପାଚେରି କରି ମାର୍ବଲ ଚଟାଣେ ଭରି

ଗଛ ତଳର କୁଡିଆ ଦେବି ମୁଁ ଭାଂଗି

ତେଲ ଦ୍ୱୀପ ରଖିବି ନାହିଁ

ସୌଭାଗ୍ୟରେ ବିଜୁ ଜ୍ୟୋତି ଦେବି ଲଗାଇ

ଚକମକ ଦିଶିବୁ ତୁହି

ଆରାମରେ ବସିଥିବୁ ଏସି ଲଗାଇ ।।


ତୋ ପୂଜକ ବାରଦ୍ୱାର ମାଗିବନି ଆଉ ଭୋଗ

ଚିନ୍ତା ଜମା ରହିବନି ଆଉ ତୋହର

କରେଇ ଦେବି ରାସନ ଯୋଗାଇ ଦେବି ବାସନ

ଘିଅ ମହୁରେ ମହକିଯିବ ଯିବ ତୋ ପୀଠ

ରହିବନି କିଛି ଅଭାବ

ପୀଠ ପାଖେ ଖୋଲି ଦେବି ଆହାର କେନ୍ଦ୍ର ।।


ଆସିବେ ଯେତେ ଭକତ ଖାଇବେ ଡାଲମା ଭାତ

ଶାନ୍ତି ହୋଇ ଭକ୍ତ ତୋର ପୂଜିବେ ତୋତେ

ରହିବନି କାଠଚୂଲା ଯୋଗାଇଦେବି ଉଜ୍ଜାଲା

ନଳକୂପ ଖୋଳିଦେବି ଯନ୍ତ୍ରୀକୁ କହି

ରହିବନି ପାଣି ଅଭାବ

ସବୁଜିମା କରିଦେବି ତୋ ଆଖପାଖ ।।


ଯେତେକ ଯୋଜନା ଅଛି ଗୋଟି ଗୋଟି କରି ଦେବି

କରନାହିଁ ମନ ଊଣା ମାଆ ଲୋ ମୋର

ମାଗଣା କଂକ୍ରିଟ ରାସ୍ତା ପାଇଁ କରିବି ମସୁଧା

ପର୍ଯ୍ୟଟନ ସ୍ଥଳୀ ପାଇଁ କରିବି ଲବି

ତୋ ଠାରେ ମାଆ ମୋହର ଦାବୀ

ଆଶା ପୂରଣ ନ ହେଲେ ଯିବି ମୁଁ ଦବି ।।


କରିଛି ମୁହିଁ ବେଉସା ରହିଛି କ୍ଷମତା ନିଶା

ମନଅଛି ଆଉ ଥରେ ମନ୍ତ୍ରୀ ହେବାକୁ

ସେଥିପାଇଁ ସବୁଦିନ ବୁଲୁଛି ମୁଁ ଘନଘନ

ଗାଁଆ ଗଣ୍ଡା ପଂଚାୟତ ଘରକୁ ଘର

ବାହାଘର ବ୍ରତ ଭୋଜିରେ

ସବୁଠାରେ ସବୁ ବେଳେ କର୍ମୀ ସାଥିରେ ।।


କେମିତି ରଖିବି ସ୍ଥିତି ଲାଗେ ମୋତେ ଭାରି ଭୀତି

ଯୁଆଡେ ଯେବେ ବି ଗଲେ ମିଳୁଛି ଗାଳି

ତୁଟିନି ମୋ ମନୁ ଆଶା କରିଛି ତୋତେଭରସା

ଦୟାବହି ରଖ ମୋର ବୁଡିଲା ଭେଳା

ସରମରେ ଯାଉଛି ସରି

ନିର୍ବାଚନ ନ ଜିତିଲେ ଯିବି ମୁଁ ମରି ।।


ଶହେଆଠ ଗଂଜାଛେଳି ଦେବି ତୋ ପାଖରେବଳି

ପୂରଣ କରିଦେ ମାଗୋ ମନସ୍କାମନା

ସବୁ ମାସରେ ମାଜଣା କରିବିନି କେବେ ଊଣା

ବିକଳେ ଡାକୁଛି ମାଗୋ ରଖିବୁ କଥା

ଇଏ ନେତା ମନ୍ତ୍ରୀ ଙ୍କ କଥା

ଯୋଜନା ବଢେଇ ଦେବି ନ କର ଚିନ୍ତା ।।


ସୁଶାନ୍ତ ପ୍ରଧାନ

ବଂଧହୁଡା

ନରସିଂହପୁର କଟକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍