Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Others

4.6  

Dr.Sashi Bhushan Mohapatra

Others

ହସଟିଏ ଦରକାର

ହସଟିଏ ଦରକାର

1 min
418


ସେ ହସୁଥିଲା

ପ୍ରଗଳ୍ଭ ନଦୀ

କୂଳ ଲଙ୍ଘିଲା ଭଳି|


ଫୁଲ ପରି ତା' ହସରୁ  

ମଧୁ ଝରୁଥିଲା,

ସେପଟେ ଖେଳ ପଡିଆରେ

ଚୌକା ଛକା ବର୍ଷୁଥିଲା

ଧୂ ଧୂ ଖରାର ତାତିରେ

ବସନ୍ତ ଓହ୍ଲାଇ ଆସୁଥିଲା|


ମଲ୍ଲି ଫୁଲର ବାସ୍ନା ପରି

ମୋ ସତ୍ତାକୁ ଛୁଂଥିଲା,

ସମ୍ପର୍କର ଏ ଉସ୍ମତା

ବର୍ତ୍ତମାନ ଦଲକାଏ ପବନ,

ଅତୀତର ଏ ଉପଲବ୍ଧି

ଅଲିଖିତ ଚୁକ୍ତିରେ

ଆଜିବି ସମ୍ପର୍କ ଯୋଡୁଛି |

 

ହସଟିଏ କଣ ଏତେ ଦରକାର

ମନକୁ ଛୁଇଁବାକୁ

ହୃଦୟକୁ ଜୋଡିବାକୁ

ଶତ୍ରୁକୁ ମିତ୍ର କରିବାକୁ

ଜୀବନ ପ୍ରେମମୟ ହେବାକୁ |


ଆପଣାର କେହି ହେବା ପାଇଁ

ହସଟିଏ ନିହାତି ଜରୁରୀ

ମୋରବି ଦରକାର |

 

ଆଗକୁ ଆଶା ଅଛି

ସେ ଓଠର ହସରେ

ମନର ଅଗଣାରେ

ଫୁଲ ଫୁଟିବ,

ଜୀବନ ସ୍ଵପ୍ଣମୟ 

ପ୍ରୀତିମୟ,ଶାନ୍ତିମୟ ହେବ|

 

ଭବିଷ୍ୟତରେ ତୁମ ଓଠର

ହସ ଅଭାବ ପଡିବ

ସେଥିପାଇଁ ଆଙ୍କିଦେବି

ହସନ୍ତ ଓଠର ଛବିଟିଏ

କାଣିଚାଏ ଲୁହ ଢ଼ାଳିଦେଇ,

ସହର ବଜାର ହାଟ

ଚାରିଆଡେ ମାରିଦେବି

ମୋ ମନାଲିସାର ଫଟ |



Rate this content
Log in