STORYMIRROR

Sushantkumar Pradhan

Others

2  

Sushantkumar Pradhan

Others

ହସି ଉଠୁ ପୂଣ୍ୟ ସୌଧ

ହସି ଉଠୁ ପୂଣ୍ୟ ସୌଧ

1 min
479




ନାଳାଚଳନାଥ ଆହେ ଜଗନ୍ନାଥ

କାହିଁପାଇଁ ଅସହାୟ

ଶ୍ରୀ ମନ୍ଦିର ଆଜି କାହିଁକି ଶ୍ରୀହୀନ

କିବା ତମେ ନିରୂପାୟ ।।


ସେବାରେ ସେବକ ଦିଏ ନାହିଁ ମନ

କରୁଛନ୍ତି ଉପହାସ

ଆନନ୍ଦ ବଜାର ଚୁଲି ଜଳୁନି କି

ରହୁଛ ନିଜେ ଓପାସ ।।


ନବକଳେବର ବ୍ରହ୍ମବିଭ୍ରାଟ ରେ

ରହିଛି କିବା ରହସ୍ୟ

ରତନ ଭଣ୍ଡାର ଚାବି ହଜିଗଲା

ଲାଗୁଛି ବଡ ବିସ୍ମୟ ।।


ଅନ୍ୟାୟ ଅନୀତି ବଢି ଚାଲେ ଏଠି

ତୁମକୁ କି ଅଗୋଚର

ସ୍ୱର ଉତ୍ତୋଳନ ନ କର କାହିଁକି

ବସିଛ ହୋଇ ଗମ୍ଭୀର ।।


ତୁମେ ଥାଉ ଥାଉ ତୁମରି ଆଗରେ

କାହିଁକି ଏମିତି ଘଟେ

ବିନାଶ କାଳରେ ବିପରିତ ବୁଦ୍ଧି

ଘନେଇ ଆସୁଛି ସତେ ।।


ମନେ ନାହିଁ ଅଭିମାନ ଅବଶୋଷ

ତଥାପି ମୁରୁକି ହସ

ଆକୁଳ ବିକଳ ହେଲେଣି ସକଳ

କର ପ୍ରତୀକ୍ଷାର ଶେଷ ।।


ସଂକୀର୍ଣତା ମନ ଅମଣିଷ ପଣ

ହୀନ ସ୍ୱାର୍ଥେ ସର୍ବେ ଲିପ୍ତ

ନିର୍ବାକ୍ ନିଷ୍କ୍ରିୟ କାହିଁ ପାଇଁ ପ୍ରଭୁ

ତୁମେ ପରା ସର୍ବବ୍ୟାପ୍ତ ।।


ବଶ୍ୱପତି ବିଶ୍ୱ ନାୟକ ଠାକୁର

ନିଜେ ତ ରହସ୍ୟମୟ

ନିଜ ଯଶ କୀର୍ତ୍ତି ରଖିଥାଅ ଟେକି

ପାପ ତାପ କରି କ୍ଷୟ ।।


ଭକ୍ତି ଭାବନାରେ ଏକାଗ୍ର ଚିତ୍ତରେ

କରେ ଏହି ଅନୁରୋଧ

ଫେରାଇ ଦିଅ ହେ ଶ୍ରୀକ୍ଷେତ୍ର ଗାରିମା

ହସି ଉଠୁ ପୂଣ୍ୟ ସୌଧ ।।


ସୁଶାନ୍ତ ପ୍ରଧାନ

ବଂଧହୁଡା

ନରସିଂହପୁର କଟକ



Rate this content
Log in