STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ହସ

ହସ

1 min
13.4K


ହସ

ସୁଧାକର ରାଉତ

ନାନା ଜାତିର ହସକୁ ନେଇ

ଆସିଛି ହସ ବାଲା

ହସକେ ନେବ ଜଲଦି ଆସ

ଅଛ କେତେ ପିଲା

ଦାନ୍ତ ନିକୁଟା , ଫୁଲୁଫୁଲିଆ

ଆଉ ମୁଚୁକା ହସ

ପୁଚୁକା ହସ, ହେଁ ହେଁ, ଫେଁ ଫେଁ

ନେବାକୁ ପାଶେ ବସ

ମନ ଖୋଲା ହସର ମୂଲ

ସବୁଠୁ ଅଟେ ବେଶୀ

ତାକୁ ପାଇଲେ ପିଲାଠୁ ବୁଢ଼ା

ସଭିଏଁ ହେବେ ଖୁସି

ମିଛି ମିଛିକା ହସକୁ ପିଲା

ଆଣିନି ମୋ ସାଙ୍ଗରେ

ଛଳନା ପୂର୍ଣ୍ଣ ହସଠୁ ତୁମେ

ରହିବ ନକ୍ସେ ଦୂରେ

ମୁହଁରେ ସିନା ଦେଖାନ୍ତି ହସ

ଥୋକାଏ ଥାନ୍ତି ଲୋକ

ପେଟରେ ତାଙ୍କ ଭରତି ବିଷ

ପରେ ଦିଅନ୍ତି ଶୋକ

ହସ ଦେଖିଲେ ପର ଲୋକଟି

ହୁଏବି ଆପଣାର

ହସି ଦେଲେଟି ଶତୃର ହୃଦେ

ବହେ ମମତା ଧାର

ସବୁ କଥାରେ ହସିଲେ ଯାଇ

ଦୂର ହୋଇବ ଖେଦ

ହସିବା ଆମେ ହସାଇ ଦେବା

ଭୁଲି ବାଦ ବିବାଦ ।


Rate this content
Log in