ହୃଦୟ
ହୃଦୟ
1 min
14K
ହୃଦୟ... ହୃଦୟକୁ
କିଏବା ବୁଝିଛି କୁହ
ହୃଦୟ ନୁହେଁ କାଠ କଣ୍ଢେଇ
ଭାଙ୍ଗିଗଲେ ଯୋଡିଦବ ।
ହୃଦୟ ଏକ କାଚର ଘର
କୋଟି ସପନରେ ଗଢା
ହୃଦୟ ଏକ ମଧୁ ସ୍ପନ୍ଦନ
କୋଟି ବସନ୍ତରେ ଗଢା
ହୃଦୟ ନୁହେଁ ବାଲିର ଘର
ଗଢୁଥିବ ଭାଙ୍ଗୁଥିବ ।
ହୃଦୟ ଏକ ସୁଧା ସଙ୍ଗୀତ
ସାତ ସୁରରେ ବନ୍ଧା
ହୃଦୟ ଏକ ଇନ୍ଦ୍ରଧନୁ
ସାତ ରଙ୍ଗରେ ବନ୍ଧା
ହୃଦୟ ନୁହେଁ କାଚ ଆଇନା
ମନ କଲେ ଭାଙ୍ଗିଦବ ।
ହୃଷୀକେଶ ପୁରୋହିତ
