ହୋଲି
ହୋଲି
1 min
125
ବସନ୍ତ ଲେଖିଛି ଚିଠି
ମଳୟ ହାତରେ
ସବୁଜ ବାସ୍ନା ଭରି
ଜଉମୁଦ ଲଫାପାରେ
ବୟସର ପତ୍ରଝଡ଼ା ଦେଇ
ଫେରନ୍ତି ବାଟରେ
ଫଗୁଣର ରଂଗ ଦେଖି
ଫୁଲର ମହ୍ଲାରେ
ରାଧା ଗୋବିନ୍ଦ ଖେଳିବେ ଝୁଲା
ଝୁଲଣ ଦୋଳିରେ
ଆଉ ଅବୀର ରଙ୍ଗରେ
ମୁଠା ମୁଠା ରଂଗ ଆଜି
ସାଜିଛି ଧରାରେ
ମଦିରା ଭରା ରଂଗ ମାଖି ଆଖିରେ
ପୌରାଣିକ ସାମାଜିକ ବାଖ୍ୟା
ରଂଗ ପସରା ଭିତରେ
ହୋଲିକାଙ୍କଠୁ ସେ କଥା ରହିଛି ସାଥିରେ
ଇନ୍ଦ୍ରଧନୁ ପରି ସାତଫେରୀ ରଂଗ
ସମ୍ଭାରେ ସମ୍ଭାର ସାଜି
ହୋଲି କବଜରେ
