STORYMIRROR

PRASANTA MALIK

Others

4  

PRASANTA MALIK

Others

ହଁ ମୁଁ ଭଲପାଏ

ହଁ ମୁଁ ଭଲପାଏ

1 min
266

ହଁ ମୁଁ ଭଲପାଏ ମୋର ଗାଁ ମାଟିକୁ

ଭଲପାଏ ମୋର ଗାଁ ଚାରୁ ଚିତ୍ରପଟକୁ

ମାଟି ଗୋଡି ରାସ୍ତାକୁ,ଆଉ ଝାଟିମାଟି କୁଡ଼ିଆ ଘରକୁ

ମୁଁ ଭଲପାଏ ।


ହଁ ମୁଁ ଭଲପାଏ ମୋର ଗାଁ ଆମ୍ବ ତୋଟାକୁ

ଅଙ୍କାବଙ୍କା ନଈ ପଠାକୁ,ଗୋଟି ଗୋଟି ତରୁ ଲଟାକୁ

ଅଗନା ଅଗନି ଝଟାକୁ,ଆଉ ପୋଖରୀ ପାଖରେ ତୁଠକୁ

ମୁଁ ଭଲପାଏ ।


ହଁ ମୁଁ ଭଲପାଏ ମୋର ଗାଁ ସଂସ୍କୃତି, ପରମ୍ପରାକୁ

ଭାଇଚାରା ଆଉ ସ୍ନେହ ସହାନୁଭୂତିକୁ

ହରିହାଟ ସ୍ମୃତିକୁ,ଚଇତିକୁ

ରଜ ନାଟକୁ,ଆଉ ଚନ୍ଦନ ଯାତକୁ

ମୁଁ ଭଲପାଏ ।


ହଁ ମୁଁ ଭଲପାଏ ମୋର ଗାଁ ବାସୀଙ୍କୁ

ମୂଲିଆ ଚାଷୀଙ୍କୁ,ଛୋଟ ଛୋଟ କାରିଗରଙ୍କୁ 

ଯୌଥ ପରିବାରକୁ,ଆଉ ବିସ୍ତୃତ ପାରାବାରକୁ

ମୁଁ ଭଲପାଏ ।


ହଁ ମୁଁ ଭଲପାଏ ମୋର ଗାଁ ମନ୍ଦିରକୁ

ସଞ୍ଜ ଅନ୍ଧାରକୁ,ଫର୍ଚା ସକାଳକୁ

ଘର ପଖାଳକୁ,ଆଉ ପୁରୁଣା ଖେଳକୁ

ମୁଁ ଭଲପାଏ ।


ହଁ ମୁଁ ଭଲପାଏ ମୋର ଗାଁ ବିଦ୍ୟାଳୟକୁ

ଛୋଟ ଛୋଟ ପିଲାଙ୍କ ମନ ଖୋଲା ହସକୁ

ଚାଲିଯାଇଥିବା ମୁଠା ମୁଠା ଅନୁଭୂତିକୁ

ମୁଁ ଭଲପାଏ ।


ହଁ ମୁଁ ଭଲପାଏ ମୋର ଗାଁ ବସନ୍ତକୁ

ଯେଉଁ ଠାରେ କୋଇଲି ଗୀତ ଗାଏ ମିଠା ସ୍ୱରେ

ଭଲପାଏ ଗାଁ ଫଗୁଣକୁ 

ଯେଉଁ ଠାରେ ରଙ୍ଗଭରା ଫୁଲ ଫୁଟି ଝରେ ।


ହଁ ମୁଁ ଭଲପାଏ ମୋର ଗାଁ କୁ

କାହିଁକି ନା ସେଠାରେ ଛଳନାର ଚିହ୍ନ ନଥାଏ

ଭଲପାଇବାର ଭିନ୍ନ ନଥାଏ

ସ୍ନେହ,ଆଦରର ସୀମା ନଥାଏ

ହଁ ମୁଁ ଭଲପାଏ

କେବଳ ସେହି ଗାଁ କୁ ହିଁ ଭଲପାଏ ।



Rate this content
Log in