ହଁ ମୁଁ ଭଲପାଏ
ହଁ ମୁଁ ଭଲପାଏ
ହଁ ମୁଁ ଭଲପାଏ ମୋର ଗାଁ ମାଟିକୁ
ଭଲପାଏ ମୋର ଗାଁ ଚାରୁ ଚିତ୍ରପଟକୁ
ମାଟି ଗୋଡି ରାସ୍ତାକୁ,ଆଉ ଝାଟିମାଟି କୁଡ଼ିଆ ଘରକୁ
ମୁଁ ଭଲପାଏ ।
ହଁ ମୁଁ ଭଲପାଏ ମୋର ଗାଁ ଆମ୍ବ ତୋଟାକୁ
ଅଙ୍କାବଙ୍କା ନଈ ପଠାକୁ,ଗୋଟି ଗୋଟି ତରୁ ଲଟାକୁ
ଅଗନା ଅଗନି ଝଟାକୁ,ଆଉ ପୋଖରୀ ପାଖରେ ତୁଠକୁ
ମୁଁ ଭଲପାଏ ।
ହଁ ମୁଁ ଭଲପାଏ ମୋର ଗାଁ ସଂସ୍କୃତି, ପରମ୍ପରାକୁ
ଭାଇଚାରା ଆଉ ସ୍ନେହ ସହାନୁଭୂତିକୁ
ହରିହାଟ ସ୍ମୃତିକୁ,ଚଇତିକୁ
ରଜ ନାଟକୁ,ଆଉ ଚନ୍ଦନ ଯାତକୁ
ମୁଁ ଭଲପାଏ ।
ହଁ ମୁଁ ଭଲପାଏ ମୋର ଗାଁ ବାସୀଙ୍କୁ
ମୂଲିଆ ଚାଷୀଙ୍କୁ,ଛୋଟ ଛୋଟ କାରିଗରଙ୍କୁ
ଯୌଥ ପରିବାରକୁ,ଆଉ ବିସ୍ତୃତ ପାରାବାରକୁ
ମୁଁ ଭଲପାଏ ।
ହଁ ମୁଁ ଭଲପାଏ ମୋର ଗାଁ ମନ୍ଦିରକୁ
ସଞ୍ଜ ଅନ୍ଧାରକୁ,ଫର୍ଚା ସକାଳକୁ
ଘର ପଖାଳକୁ,ଆଉ ପୁରୁଣା ଖେଳକୁ
ମୁଁ ଭଲପାଏ ।
ହଁ ମୁଁ ଭଲପାଏ ମୋର ଗାଁ ବିଦ୍ୟାଳୟକୁ
ଛୋଟ ଛୋଟ ପିଲାଙ୍କ ମନ ଖୋଲା ହସକୁ
ଚାଲିଯାଇଥିବା ମୁଠା ମୁଠା ଅନୁଭୂତିକୁ
ମୁଁ ଭଲପାଏ ।
ହଁ ମୁଁ ଭଲପାଏ ମୋର ଗାଁ ବସନ୍ତକୁ
ଯେଉଁ ଠାରେ କୋଇଲି ଗୀତ ଗାଏ ମିଠା ସ୍ୱରେ
ଭଲପାଏ ଗାଁ ଫଗୁଣକୁ
ଯେଉଁ ଠାରେ ରଙ୍ଗଭରା ଫୁଲ ଫୁଟି ଝରେ ।
ହଁ ମୁଁ ଭଲପାଏ ମୋର ଗାଁ କୁ
କାହିଁକି ନା ସେଠାରେ ଛଳନାର ଚିହ୍ନ ନଥାଏ
ଭଲପାଇବାର ଭିନ୍ନ ନଥାଏ
ସ୍ନେହ,ଆଦରର ସୀମା ନଥାଏ
ହଁ ମୁଁ ଭଲପାଏ
କେବଳ ସେହି ଗାଁ କୁ ହିଁ ଭଲପାଏ ।
