STORYMIRROR

Soumya Shubhadarshinee

Others

2  

Soumya Shubhadarshinee

Others

ଵହି

ଵହି

1 min
196



ମହଣେ ଦୁଃଖର ନିଆଁ

ଲିଭେଇ ଦେଉତୁ ସାଥି

ଭିଜା ଆଖିର କୋଣେ

ସଜେଇ ସ୍ୱପ୍ନର ରାତି


ନୀରବ ନିଦାଘ ବେଳାରେ

ଝରେଇ ପାରୁତୁ ପ୍ରୀତି

କୋମଳ ଦେହର ଦାହ

ଶାନ୍ତ କରିଦିଏ ତୋ ସ୍ମୃତି


ମୋ ତକିଆ କୋଳରେ

ଶୋଇରହି ସାରା ରାତି

କଡ଼ଲେଉଟାଏ ତୋ' ସହ

ଜୀବନର ଯୌବନ ଗତି


କେବେ ହସ ବିଞ୍ଚି ଦେଉ

କେବେ ଲୁହ ଭରି ଦେଉ

କେବେ ରଙ୍ଗ ମାଖି ଦେଉ

କେବେ ମନ ମୋହି ନେଉ


କେବେ ସାହସ ହେଇଯାଉ

କେବେ ସମ୍ମୋହ ଭରି ଦେଉ

କେବେ ଉପହାରଟିଏ ସାଜି

ପ୍ରିୟ ମନେ ଖୁସି ଦେଉ


ଜୀବନରେ ସବୁବେଳେ

ତୁ ଏମିତି ବନ୍ଧୁ ଟିଏ

ନୀରବ ରେ ସାଥେ ଚାଲୁ

ହାତ ଧରି ଧିରେ ଧିରେ


ସୌମ୍ୟା ଶୁଭଦର୍ଶିନୀ


Rate this content
Log in