Sisir Panda

Others

2  

Sisir Panda

Others

ହେ ପରମେଶ୍ବର.

ହେ ପରମେଶ୍ବର.

1 min
2.9K


ହେ ପରମେଶ୍ବର
ଧୈର୍ଯ୍ୟର ସୀମା ଅତିକ୍ରମ ହୋଇଯାଉଛି
ମାନବ ହୃଦୟ ମୋ ବିଚଳିତ ଆଜି
ଦେଖି ମଣିଷ ମଧ୍ୟରେ ଦାନବତ୍ବ
ହୋଇ ଜଗତ କରତା ସହୁଛ କିପରି?

ସବୁକିଛି ଆଜି ସୃଷ୍ଟିରେ ଯାଇଛି ବିଗିଡ଼ି
ଏଥିପାଇଁ ଦାୟୀ ମଣିଷ ନୁହେଁ କି?
ହୋଇ ଶ୍ରେଷ୍ଠ ଯିବ କାର୍ଯ୍ୟ ତାର ନିକୃଷ୍ଟ
ଭୁଲିଛି ସେ ମାନବିକତା ନିଜ ସ୍ବାର୍ଥ ପାଇଁ।

କେବେ ହୋଇବ ଉଦୟ ତାର ଆତ୍ମଜ୍ଞାନ
କେବେ ସେ ବୁଝିବ ତାର କର୍ତ୍ତବ୍ୟ ବୋଧ?
ଯୁଗେ ଯୁଗେ ତୁମେ ଧର୍ମର ରକ୍ଷକ
ଅଧର୍ମୀ ନାଶି ଧରାକୁ କର ବ୍ୟବସ୍ଥିତ।

ଏବେ ଡେରି କାହିଁ କର ପ୍ରଭୁ
କଣ ଅଛି ଆଉ ବାକି ଦେଖିବା ପାଇଁ
ଉଚିତ ଶିକ୍ଷା ଦେଇ ଦିଅ ତାକୁ ଶାସ୍ତି
ନଚେତ୍ ଧ୍ବଂସ କରି ରଚ ନୂତନ ପୃଥିବୀ।
ଶିଶିର, କଟକ।


Rate this content
Log in