ହେ ପ୍ରଭୁ ଶିବ-ଶଙ୍କର
ହେ ପ୍ରଭୁ ଶିବ-ଶଙ୍କର


ଡମ୍ବରୁଧର ଶଙ୍କର ମଙ୍ଗଳମୟ ଈଶ୍ୱର
ତ୍ରାଣକର୍ତ୍ତା ପ୍ରଭୁ ଶିବ ହେ ତ୍ରିଲୋଚନ,
କରୋନା ଭୂତାଣୁ କୀଟ ଜନତାଙ୍କୁ ଛଟପଟ
କରି ନେଉଅଛି ଏବେ ଜନ-ଜୀବନ ।
କରୁଅଛି ମୁଁ ନିବେଦନ,
ଏ ସୁନ୍ଦର ଧରାଧାମ ରଖ ଶୋଭନ !!
ହେ ପ୍ରଭୁ ଡମ୍ବରୁଧର କିବା ତବ ଅଗୋଚର
ସାରା ବିଶ୍ବ ଥରହର କରୋନା କୋପ,
ମନେଅଛି ତ ଈଶ୍ୱର କରିଥିଲ ପାନ କ୍ଷୀର
ତବ ପଥର ମୂର୍ତ୍ତିର ନୁହେଁ ଯେ' ଗଳ୍ପ ।
ଲେଖନୀରେ କରୁଛି ଜପ,
ଧରା ସୁଶୋଭନେ କର ବିଷ ବିଲୋପ !!
>ଆହେ ପ୍ରଭୁ ଆଶୁତୋଷ କୁହ କିମ୍ପା ଅସନ୍ତୋଷ
ଜର୍ଜରିତ ଏ ମଣିଷ ପାଏ କଷଣ,
ବାର ମାସେ ତେର ଯାତ ପ୍ରତି ସୋମବାରେ ଭକ୍ତ
ପୂଜା-ଅର୍ଘ୍ୟେ ସମର୍ପିତ କରେ ଜଣାଣ !
ଦେଖ ଏବେ କରୋନା ବିଷ,
ବିନା ଦୃଶ୍ୟେ ଭକତଙ୍କୁ କରେ ବିନାଶ !!
ହେ ପ୍ରଭୁ ଶିବ-ଶଙ୍କର ଅତି ମହିଁମା ତୋହର
ବରଦାନ'ର ଈଶ୍ୱର ସର୍ବ-ବିଦିତ,
ତୁମେ ପ୍ରଭୁ ସର୍ବେଶ୍ଵର ସର୍ବାଗ୍ରେ କରୁଣା-କର
ତେବେ ତ ପ୍ରାର୍ଥନା ମୋର ମୁଁ ଅନୁଗତ ।
କରୋନା ଭୂତାଣୁ ଉତ୍ପାତ,
ସେ' ଉତ୍ପାତ ଧ୍ଵଂସେ ହେଉ ଧରା ଶୋଭିତ !!