STORYMIRROR

ABINASH MANSINGH

Others

4  

ABINASH MANSINGH

Others

ହେ କୃଷ୍ଣ ତୁମ ଅପେକ୍ଷାରେ

ହେ କୃଷ୍ଣ ତୁମ ଅପେକ୍ଷାରେ

1 min
289

କୃଷ୍ଣହେ

ଧରିତ୍ରୀକୁ ତୁମେ 

ଆଉଥରେ ଜନମି

ଆସହେ ।


କୃଷ୍ଣହେ

ତୁମକୁ ମାରିବାର

ଯୋଜନା କରୁଛି 

କଂସହେ ।


କୃଷ୍ଣହେ

ଶୁଖୁନାହିଁ ଆଜି

ଦେବିକି ଆଖିର 

ଲୁହହେ ।


କୃଷ୍ଣହେ

ଧର୍ମନାଁରେ

ଅଧର୍ମୀଙ୍କ ତୁମେ

ଗୁରୁହେ ।


କୃଷ୍ଣହେ

ବହୁ ବକାସୁର

ଅଛନ୍ତି ଧରାରେ

ନାଶହେ ।


କୃଷ୍ଣହେ

ଭାଷାଫୌଜକୁ

ଆସିକରି ତୁମେ

ରୋକହେ ।


କୃଷ୍ଣହେ

ତୁମକୁ ଏ ମହୀ

ଆକୁଳେ ରହିଛି

ଚାହିଁହେ ।


Rate this content
Log in