ହେ କୃପାମୟ
ହେ କୃପାମୟ
ହେ କୃପାମୟ ମଙ୍ଗଳ ଆଳୟ
ଦିଅ ବାରେ କୃପା କରି l
କୁନି ହାତ ଯୋଡି ପ୍ରାର୍ଥନା କରୁଛି
ଦୁଃଖ ଯାଉ ଅପସରି l
ହେ କୃପାମୟ
ଅନାହାର ରୋଗ ଯେତେକ ଯାତନା
ଆଉ ସ୍ୱାର୍ଥପର ଭାବ l
ହିଂସା କ୍ରୋଧ ମୋହ ଅସୂୟା ଭାବଟି
କାହାରି ହୃଦେ ନଥିବ l
ହେ କୃପାମୟ
ସଂସାରଟା ହେଉ ସୁନା ରାମରାଜ୍ୟ
ଶତ୍ରୁତା ଭାବ ନଥାଉ l
ସଭିଙ୍କ ମଧ୍ୟରେ ମିତ୍ରଭାବଜାଗୁ
ସନ୍ତାପ ମନେ ନରହୁ l
ହେ କୃପାମୟ
ମହାପ୍ରଭୁଙ୍କର ଅମୃତ ସନ୍ତାନ
ଆମେ ସର୍ବେ ଭାଇବନ୍ଧୁ l
ଏହିପରି ଭାବ ଜାଗ୍ରତ ହୋଇଲେ
ସନ୍ତୁଷ୍ଟ କରୁଣାସିନ୍ଧୁ l
ହେ କୃପାମୟ
ଜନମ ବେଳରେ ଆସିଥିଲେ ଖାଲି
ଯିବା ମୃତ୍ୟୁବେଳେ ଖାଲି l
ଅଢେଇ ଦିନର ସଂସାରଟା ସିନା
ଏକା ଏକା ଯିବା ଚାଲି l
ହେ କୃପାମୟ
ତେଣୁ ମୋରଅଳି ମୋ ଛୋଟ ବୁଦ୍ଧିରେ
ହେ ମୋର କଳାଠାକୁର l
ଶୁଭବୁଦ୍ଧି ଦିଅ ଦିଅ ଦିବ୍ୟଜ୍ଞାନ
ଯାଉ ଅଜ୍ଞାନ ଅନ୍ଧାର l
ହେ କୃପାମୟ
ଏ ସାରା ବିଶ୍ୱ ତ ତୁମ ଘର ପ୍ରଭୁ
ତୁମେ ମାଲିକ ଏହାର l
ଅଜ୍ଞାନ ଶିଶୁଟି ଆତୁରେ ଡାକୁଛି
ବାରେ ତୁମେ ରକ୍ଷାକର l
ହେ କୃପାମୟ
