STORYMIRROR

Kumudabandhu Naik

Others

3  

Kumudabandhu Naik

Others

ହେ କାଳିଆ

ହେ କାଳିଆ

1 min
474



ଆହେ ମହାବାହୁ ଶୁଣିପାରୁ କି ତୁ ସତେ?
ମୋର ଦୁଃଖ କଥା କେତେ ଜଣାଉଛି,
କିପରି ଯିବି ପରତେ ?
ତୁ ଶୁଣି ପାରୁକି ଶତେ?
ଶୁଣୁ ଯଦି କିଛି କହୁ ନାହୁଁ କିଆଁ ?
ବିଶ୍ୱାସ ଯିବି କେମନ୍ତେ ?
ରଖ ରଖ ବୋଲି ଛାଡୁଛି ବୋବାଲି
ମତେ କାହିଁ ତୋଳି ଧରୁନୁ ହାତେ?
ଆହେ ମହାବାହୁ ତୁ ଶୁଣି ପାରୁ କି ସତେ?
ଶୁଣୁ ଯଦି ମୋର କଥାଟେ ରଖିବୁ,
ଫେରେଇବୁ ନାହିଁ ମର୍ତ୍ତ୍ଯେ ।
ତୋର ଶ୍ରୀଚରଣେ ସ୍ଥାନ ଟିକେ ଦେବୁ,
ଶରୀର ଛାଡିବା ଅନ୍ତେ ।
ମହାବାହୁ ତୋ ଶରଣେ ନେବୁ ମତେ।


Rate this content
Log in