STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ହେ ଜଗନ୍ନାଥ

ହେ ଜଗନ୍ନାଥ

2 mins
14.1K


🕉️🕉️ହେ ଜଗନ୍ନାଥ🕉️🕉️

🌷🌷🌷🌷🌷🌷🌷🌷

ହ=,

ହେ ଦିନବନ୍ଧୁ କରୁଣାର ସିନ୍ଧୁ, କିବା ଜଣାଇବି ତୋତେ,

ହାୟ ଏ ଦୁନିଆଁ ହେୟ ଜ୍ଞାନ ବଳେ, ପ୍ରକୃତୀ ବଇରି ପଥେ.

ହାହାକାର ଆଜି ଡାକରା ପଡୁଛି, ହଜିଛି ମାନ ମହତ,

ହଳାହଳ ବିଷ ଭରା ପଞ୍ଚଭୂତ, ତ୍ରାହିକର ଜଗନ୍ନାଥ.. 0

ଏ=,

ଏ ଦୁନିଆଁ ଆଜି ଜଳୁଛି ନିଆଁରେ, ମଣିଷ ପଣିଆ ପାଇଁ,

ଏହି ସଭ୍ୟତାର ଧ୍ବଂସ ମୁଖରିତେ, ନିଜେ କାଳ ସାଜୁଥାଇ,

ଏନ୍ତୁଡିରୁ ଜୁଇ ଦୁଇ ଗୋଟି ନିଆଁ, ମଣିଷ ଜଳେ ଭିତରେ,

ଏତିକି ବିନତି ନିରତେ ତାରିବ, କଳି କାଳ ଭବୁ ନରେ.. ୧..

ଜ=,

ଜାଣିନି ମୁଁ ତୁମ ଭକତି, ବିନତି, ପୂଜା, ଧ୍ୟାନ, ସ୍ତୁତି ବାରେ,

ଜଗତ ଯାକର ହିସାବ ବୁଝୁଛ, ହିସାବ କରିନ ମୋରେ,

ଜାତନା ଜଗତେ ଦିନ ସଢୁଅଛି ତଥାପି ନ ବୁଝ କାହିଁ,

ଜଗତ ଜୀବନ, ଆର୍ତ୍ତତ୍ରାଣ ବୋଲି ବାନା ଉଡେ କାହିଁପାଇଁ.... ୨..

ଗ=,

ଗରିବ ପଣରେ ଦିନ କଟାଇଲି ତଥାପି କରିନି ଦୁଃଖ,

ଗଞ୍ଜଣା, ଜାତନା, କେତେ ଯେ ସହିଛି, ତଥାପି ମାଗିନି ସୁଖ,

ଗଡି ଯାଏ ବେଳ କରମ ତୁଠରେ, ସମୟ ଶିଉଳୀ ପରି,

ଗୋଡ଼ ଖସିଗଲେ ଶିଉଳୀ(ଜୀବନ) ସାଗରେ, ହାତ ଥିବ ମୋର ଧରି.... ୩..

ନ=,

ନାହିଁ ମୋର ବଳ ଘୋଟିଛି ଜଞ୍ଜାଳ, ମାୟା କୁହୁଡ଼ିର ମଧ୍ୟେ,

ନିରତେ ଷଢୁଛି କରମ କଷଣେ, ସୁତ, ବିତ୍ତ, ଦାରା, ସାଧ୍ଯେ,

ନିଅଣ୍ଟ ସବୁ ମୋ ଲୋଭ, ମୋହ, ମଧ୍ୟେ, ନ ଯାଣଇ ଲାଭ କ୍ଷତି,

ନିରତେ ବିତପଛି ଜୀବନ ଯୁଦ୍ଧରେ, ସୁଖ ଯାର ଚୀର ବାଦି... ୪

ନ=,

ନୁହେଁ ମୁଁ ବାଚାଳ, ନୁହେଁ ମୁଁ ପାଗଳ, ପରିଜନେ ଛି ଛି କାର,

ନକର ତ ଦୂର ହେ କଳାଠାକୁର, ଏତିକି ବିନତି ମୋର,

ନିବେଦନ ଥରେ ଚାହିଁ ଥାଅ ଦୁରେ, ତୁମ ଚକାଆଖି ଖୋଲି,

ନିରାପଦେ ମୋତେ ଶେଷ ନିଦ ଦେବ, ଏତିକି ମାତ୍ରକ ଅଳି.... ୫..

ଆ=,

ଆତୁରେ ଡାକିନି କାତରେ ଡାକୁନି, ଅନ୍ତର ରେ ଥାଅ ରହି,

ଆକ୍ଷି ରଖିଥିବ ଆହେ ଦୟାମୟ, ଅନ୍ତ ବେଳେ ମୋର ତହିଁ,

ଆସିବେ ଯଦି ହେ ଯମଗଣ ତାଙ୍କୁ, ବୁଝାଇ କହିବ ଥରେ,

ଆଉ ନରକ ର କଷଣ ନ ଦିଅ, ଏହି ପାମର କୁ ବାରେ.... ୬..

ଥ=,

ଥଳକୂଳ ନାହିଁ ସଂସାର ସାଗରେ, ଜଂନ୍ତ୍ରଣା ନାବ ରେ ବସି,

ଥାଉଥାଉ ତୁମେ ବଡ଼ ପ୍ରଭୁ ବୋଲି, କାଳ ଗ୍ରାସିଲାଣି ଆସି,

ଥିରେ ବାହି ନେବ ଭଙ୍ଗା ନାବ ମୋର (ମନ)ନାବ ରେ ସହସ୍ର କଣା,

ଥୟ ରେ ନିନ୍ଦୁକ ନୋହିବି ସଂସାରେ, ଏତିକି କର ମୋ ଘେନା.... ୭..

🙏🙏🙏🙏🙏🙏🙏

ଦୀନବିପ୍ର-

ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ

9124049129


Rate this content
Log in