STORYMIRROR

Gangotri Priyadarshini

Others

2  

Gangotri Priyadarshini

Others

ହେ ଈଶ୍ୱର

ହେ ଈଶ୍ୱର

1 min
116


ହେ ଈଶ୍ୱର .....

କେତେଥର ଅଭିମାନରେ ,

କେବେ ପୁଣି କ୍ଷ୍ୟୋଭରେ ;

ମନେଭରି କେତେ ତିରସ୍କାର,

ମୁଁ ତୁମକୁ କରିଛି ତୁମ ସତ୍ତାଠୁ ଦୂର ।।

ହେ ଈଶ୍ୱର .....

ତୁମେ କେବେ ମଣିଷ ରୂପରେ ପରମ ଦୟାଳୁ,

ପୁଣି କେବେ ପାହାନ୍ତି କାକର ବିନ୍ଦୁ, 

କେବେ ପୁଣି ସ୍ନେହର ପାରିଜାତ

କରୁଣାର ଅମୃତ ସିନ୍ଧୁ ।।

ହେ ଈଶ୍ୱର .....

ମୁଁ ଫେରେଇ ନେଉଛି ,

ମୋ ମାନ ଅଭିମାନ 

କେମିତି କହିବି ତୁମକୁ ହୃଦୟର ସହ

ଯେ ତୁମେ ମୋର କେତେ ଆପଣାର ??

ହେ ଈଶ୍ୱର .....

ତୁମେ ଏକା ମୋ ନିଦାଘର ବାରିଧାରା,

ତୁମେ ପରା ଏ ଦୁଃଖିନୀର ରଙ୍କ ପସରା,

ତୁମ ବିନା ଶୂନ୍ୟ ମୋ ପୃଥିବୀ

ଦିଶାହୀନ ମୋ ଠିକଣା ।।

ହେ ଈଶ୍ୱର.......

ଏକା ତୁମେ ମୋ ଜୀବନ ସମ୍ବଳ,

ତୁମ-ମୋ ସମ୍ପର୍କକୁ କି ନା ଦେବି ଜାଣିନି,

ଏତିକି କୁହ ମୋତେ ମୁଁ ତୁମ ଅସ୍ତିତ୍ବକୁ

ମୋ ଶବ୍ଦରେ କିପରି କରିବି ବନ୍ଦୀ ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍