STORYMIRROR

N.sibashankar Reddy

Others

3  

N.sibashankar Reddy

Others

ହେ ଗଣେଶ

ହେ ଗଣେଶ

1 min
134


ଜୟ ଜୟ ଗଣପତି ବିଘ୍ନନାଶ,ତୁମ୍ଭେ ବିଦ୍ୟା ବୁଦ୍ଧି ଦାତା,

ଲମ୍ବୋଧର ଗଜାନନ ଗଜବକ୍ର,ଶିରୀ ହେରମ୍ଭ ବିଧାତା।


ଦୁଃଖ ସାଗରରୁ ଉଦ୍ଧାର କର ହେ, ତୁମ୍ଭେ ସୁଖର କରତା,

ମନର ବେଦନା ଦୂର କରିଦିଅ, ତୁମେ ସର୍ବେଶ୍ଵର କର୍ତ୍ତା,

ପଥେ ପଥେ ମୋର ଶୁଭ ଚିନ୍ତୁଥିବ, ତୁମେ ପରା ମୋର ବପ୍ତା,

ଜୟ ଜୟ ଗଣପତି ବିଘ୍ନନାଶ,ତୁମ୍ଭେ ବିଦ୍ୟା ବୁଦ୍ଧି ଦାତା।


ସୁଖ ଦାତା ତୁମେ ଦୁଃଖ ଦାତା ତୁମେ, ଆମେ ତୁମ ସୁତ ସୁତା,

ହରପୁତ୍ର ତୁମେ ହରିନିଅ ପାପ,ଉମାପୁତ୍ର ସିଦ୍ଧିଦାତା।


ଜ୍ଞାତ ଅଜ୍ଞାତରେ ଯେତେକ ଦୋଷ ମୋ, କ୍ଷମା କର ଗଣପିତା,

ମାଗୁଣି ମୋହର ରଖିବ ହେ ବିଭୁ,ତୁମେ ପରା ଜଗଚିତା,

ତୁମେ ମୋର ଗୁରୁ,ତୁମେ ମୋ ଗୁରୁମା, ତୁମେ ମୋର ଜ୍ଞାନଦାତା,

ଲମ୍ବୋଧର ଗଜାନନ ଗଜବକ୍ର,ଶିରୀ ହେରମ୍ଭ ବିଧାତା।


ସତ୍ୟମାର୍ଗେ ନେବ ମିଥ୍ୟାକୁ ଯେ,ଭରି କାନ୍ତ ପୁଷ୍ପଲତା,

ଶିବଶଙ୍କର ମୁଁ କରୁଛି ମିନତୀ, ରଖି ତବ ପାଦେ ମଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍